ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ୫/୧୧୨ରେ ଇଂଲଣ୍ଡର ବ୍ୟାଟିଂ ଜାରି

ଇଂଲଣ୍ଡ: ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ମଂଚେଷ୍ଟରର ଓଲଡ୍‌ ଟେଫର୍ଡ ଷ୍ଟାଡିୟମରେ ଖେଳ ଜାରି ରହିଛି। ଟସ୍‌ ଜିଣି ଭାରତ ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ବ୍ୟାଟିଂ କରିଛି। ଆରମ୍ଭରୁ ଇଂଲଣ୍ଡ ବିସ୍ଫୋରକ ବ୍ୟାଟି କରିଥିବା ବେଳେ ପ୍ରଥମ ଓ୍ଵିକେଟ ପାଇଁ ଓପନର ଜସନ ରାୟ ଓ ଜୋସ ବଟଲର ୫୦ ରନ୍‌ ଯୋଡ଼ିଥିଲେ। ଉମେଶ ଯାଦବଙ୍କ ବଲରେ ଜସନ ରାୟ(୩୦ ରନ) ସଂଗ୍ରହ କରି ଆଉଟ୍‌ ହେବା ପରେ ମାତ୍ର ୧୨ ରନ୍‌ରେ ଅର୍ଥାତ ସ୍କୋର ୧୦୭ ରନ୍‌ ଥିବା ବେଳେ ଆଉ ୪ଟି ମୂଲ୍ୟବାନ ଖେଳାଳିଙ୍କୁ ଇଂଲଣ୍ଡ ହରାଇଥିଲା। ଭାରତୀୟ ବୋଲର କୁଲଦୀପ ଯାଦବ କ୍ରମାଗତ ଭାବେ ଆଲେକ୍ସ ହେଲସ୍‌, ଇଅନ ମୋର୍ଗାନ, ଜନି ବେୟାରଷ୍ଟୋ ଓ ଜୋଏ ରୁଟଙ୍କୁ ଆଉଟ୍‌ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଇଂଲଣ୍ଡ ୧୫ ଓଭର ପରିସମାପ୍ତି ପରେ ୫ଟି ଓ୍ଵିକେଟ୍‌ ହରାଇ ୧୧୨ ରନ୍‌ ସଂଗ୍ରହ କରିଛି।

ସମ୍ବନ୍ଧିତ ଖବର