ଲଣ୍ଡନ: ଭାରତ ବିପକ୍ଷରେ ଇଂଲଣ୍ଡ ଲର୍ଡସ ଟେଷ୍ଟକୁ ରବିବାର ଜିତିଛି। ଲର୍ଡସ୍ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚ୍ର ୨ୟ ମୁକାବିଲାର ୪ର୍ଥ ଦିନରେ ଇଂଲଣ୍ଡ ଗୋଟିଏ ଇନିଂସ ଓ ୧୫୯ ରନ୍ରେ ଏହି ମ୍ୟାଚ ଜିତିଛି। ଏହା ସହିତ ଶୃଙ୍ଖଳାର ୨-୦ରେ ଅଗ୍ରଣୀ ଲାଭ କରିଛି। ଏହି ଟେଷ୍ଟରେ ଜେମ୍ସ ଆଣ୍ଡରସନ୍ଙ୍କୁ ୯ଟି ଓ୍ଵିକେଟ ମିଳିଛି। ପ୍ରଥମ ଇନିଂସରେ ସେ ୫ଟି ଓ୍ଵିକେଟ୍ ନେଇଥିବା ବେଳେ ୨ୟ ଇନିଂସରେ ୪ଟି ଓ୍ଵିକେଟ ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ୍ ହରାଇ ଭାରତ ୧୦୭ ରନ୍ ସଂଗ୍ରହ କରିଥିବା ବେଳେ ଇଂଲଣ୍ଡ ୭ ଓ୍ଵିକେଟ୍ରେ ୩୯୬ ରନ୍ ସଂଗ୍ରହ କରି ପାଳି ଘୋଷଣା କରିଥିଲା। ଏହି ଆଧାରରେ ଇଂଲଣ୍ଡ ୨୮୯ ରନ୍ ଅଗ୍ରଣୀ ଥିଲା। ଭାରତ ୨ୟ ଇନିଂସରେ ୪୭ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଛି। ଇଂଲଣ୍ଡର ବୋଲର ଜେମ୍ସ ଆଣ୍ଡରସନ୍ ଓ ଷ୍ଟୁଆର୍ଟ ବ୍ରୋଡ ୪-୪ ଓ୍ଵିକେଟ୍ ନେଇଥିବା ବେଳେ କ୍ରସ୍ ଓ୍ଵକ୍ସ ୨ଟି ଓ୍ଵିକେଟ୍ ନେଇଛନ୍ତି।
ପ୍ରଥମ ପାଳିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଖେଳି ଜନି ବେୟାରଷ୍ଟୋ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ୍ ଦେଇଥିଲେ। ଏହା ପୂର୍ବରୁ ବେୟାରଷ୍ଟୋ ୯୩ ରନ୍ ସଂଗ୍ରହ କରି ନେଇଥିଲେ। ଇଂଲଣ୍ଡର ଓପନ୍ର ଆଲିଷ୍ଟର କୁକ୍ ୨୧ ରନ୍, କିଏଟନ୍ ଜେନିଙ୍ଗସ୍ ୧୧ ରନ୍, ଅଧିନାୟକ ଜୋଏ ରୁଟ୍ ୧୯ ରନ୍, ଓଲାଇ ପୋପ୍ ୨୮ ରନ୍ ଓ ଜୋସ୍ ବଟଲର୍ ୨୪ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ୩ଟି ଓ୍ଵିକେଟ୍ ମିଳିଥିବା ବେଳେ ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିିଳିଛି। ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯୟ ହୋଇଥିଲା। ଭାରତୀୟ ବ୍ୟାଟସ୍ମ୍ୟାନ୍ମାନେ ପ୍ରଥମ ପାଳିରେ ୩୫.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୦୭ ରନ୍ ସଂଗ୍ରହ କରିଥିଲେ।