ଭାରତ-ଇଂଲଣ୍ଡ ସେମିଫାଇନାଲ୍‌

ଗ୍ରସ ଆଇସ୍‌ଲେଟ୍‌ (ସେଣ୍ଟ୍‌ ଲୁସିଆ): ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ ଲାଇନ୍‌ ଅପ୍‌ ସୋମବାର ଚୂଡ଼ାନ୍ତ ହୋଇଛି। ‌ଦ୍ବିତୀୟ ସେମିଫାଇନାଲ୍‌ରେ ଗ୍ରୁପ୍‌-ବି ବିଜେତା ଭାରତ ଗ୍ରୁପ୍‌-ଏର ଦ୍ବିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଭେଟିବ। ସୋମବାର ଶେଷ ଲିଗ୍‌ ମ୍ୟାଚ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌ ୪ ୱିକେଟ୍‌ରେ ଇଂଲଣ୍ଡକୁ ହରାଇ ଗ୍ରୁପ୍‌-ଏର ଶୀର୍ଷ ସ୍ଥାନ ଦଖଲ କରିଛି। ପ୍ରଥମ ସେମିଫାଇନାଲ୍‌ରେ ଏହି ଦଳ ଅଷ୍ଟ୍ରେଲିଆକୁ ଭେଟିବ। ଭାରତ ଗତ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ଇଂଲଣ୍ଡ୍‌ଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଶୁକ୍ରବାର ଅପରାଜୟ ଭାରତ ଆଗରେ ସେହି ଇଂଲଣ୍ଡ ଥିବାରୁ ପୂର୍ବ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିଛି। ଏଥି ସହ ହରମନ୍‌ପ୍ରୀତ୍‌ କୌରଙ୍କ ଦଳ ମଧ୍ୟ ଏହି ମ୍ୟାଚ୍‌ ଜିତି ଫାଇନାଲ୍‌ ଖେଳିବା ଲାଗି କୌଣସି ସୁଯୋଗ ହତଛଡ଼ା କରିବ ନାହିଁ।

ସମ୍ବନ୍ଧିତ ଖବର