ଜିନ୍‌ସାନ୍‌ କପ୍‌ କନିଷ୍ଠ ଫୁଟ୍‌ବଲ୍‌, ଭାରତୀୟ ଫୁଟ୍‌ବଲ୍‌ ଦଳରେ ୪ ଓଡ଼ିଆ

କଟକ/ଭୁବନେଶ୍ୱର: ଚୀନ୍‌ର ସଂଘାଇରେ ହେବାକୁ ଥିବା ଜିନ୍‌ସାନ କପ୍‌ ଆମନ୍ତ୍ରଣୀୟ ୧୫ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଗୁରୁବାର ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାଇଛି। ସେଠାରୁ ଶୁକ୍ରବାର ଚୀନ୍‌କୁ ଗସ୍ତ କରିବ। କଟକରେ ଶେଷ ହୋଇଥିବା ଭାରତୀୟ ଦଳର ପ୍ରଶିକ୍ଷଣ ପରେ ଏହି ଦଳରେ ଓଡ଼ିଶାରୁ ଦୁଇ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ପୁରୁଷୋତ୍ତମ କେର୍କେଟା ଓ ଅମନ ଖାଲ୍‌କୋଙ୍କ ସହିତ ଦଳର ପ୍ରଶିକ୍ଷକ ଭାବେ ଓଡ଼ିଶାର ଶୁଭେନ୍ଦୁ ପଣ୍ଡା ଓ ଫିଜିଓ ମୁକ୍ତି ପ୍ରସାଦ ଦାସ ଦଳ ସହିତ ଯାତ୍ରା କରିଛନ୍ତି। କୌଣସି ବୟସର ପୁରୁଷ ବର୍ଗରେ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ନେବାରେ ଏଏଫସି ‘ଏ’ ଲାଇସେନ୍‌ସପ୍ରାପ୍ତ ଶୁଭେନ୍ଦୁ ପ୍ରଥମ ଓଡ଼ିଆ ହୋଇଛନ୍ତି। ପୂର୍ବରୁ ଏକାଧିକ ଓଡ଼ିଆ ଭାରତୀୟ ମହିଳା ଓ ବାଳିକା ଦଳ ଦାୟିତ୍ୱ ନେଇଥିଲେ। ସେହିଭଳି ମୁକ୍ତି ପ୍ରସାଦ ମଧ୍ୟ ଭାରତୀୟ ହକି ଦଳ ପରେ ଏବେ ଫୁଟ୍‌ବଲ୍‌ ଦଳର ଫିଜିଓ ଦାୟିତ୍ୱ ନେଇ ନିଜ କୃତିତ୍ୱରେ ଆଉ ଏକ ଫର୍ଦ ଯୋଡ଼ିଛନ୍ତି।

ସମ୍ବନ୍ଧିତ ଖବର