ଏସୀୟ କ୍ରୀଡ଼ା: ଭାରତକୁ ମିଳିଲା ସପ୍ତମ ସ୍ୱର୍ଣ୍ଣ ପଦକ, ସଟପୁଟ୍‌ରେ ସଫଳ ହେଲେ ତଜିନ୍ଦର

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ଶନିବାର ଭାରତକୁ ୭ମ ସ୍ୱର୍ଣ୍ଣପଦକ ମିଳିଛି। ଅନ୍ତର୍ଜାତୀୟ ଖେଳ ପ୍ରତିଯୋଗିତାର ୭ମ ଦିବସରେ ସଟପୁଟ୍‌ ବର୍ଗରେ ଆଥଲେଟ୍‌ ତଜିନ୍ଦରସିଂହ ପାଳଙ୍କୁ ଏହି ସ୍ୱର୍ଣ୍ଣ ପଦକ ମିଳିଛି। ୨୩ ବର୍ଷିଅ ତଜିନ୍ଦର ପ୍ରଥମ ଉଦ୍ୟମରେ ୧୯.୯୬, ଦ୍ୱିତୀୟ ଉଦ୍ୟମରେ ୧୯.୧୫ ଥ୍ରୋ କରିଥିଲେ। ତାଙ୍କର ୩ୟ ଉଦ୍ୟମ ଫାଉଲ ଥିଲା କିନ୍ତୁ ୪ର୍ଥ ଉଦ୍ୟମରେ ତଜିନ୍ଦର ୧୯.୯୬, ୫ମ ଉଦ୍ୟମରେ ୨୦.୭୫ ଓ ୬ଷ୍ଠ ଉଦ୍ୟମରେ ୨୦.୦୦ ମିଟର ଥ୍ରୋ କରିଥିଲେ।

ଏହା ପୂର୍ବରୁ ଭାରତକୁ ସ୍କ୍ଵାସରେ ୩ଟି କାଂସ୍ୟ ପଦକ ମିଳିଛି। ମହିଳା ଏକକ ବର୍ଗରେ ଦୀପିକା ପଲ୍ଲିକଲଙ୍କୁ ହାରିବାକୁ ପଡ଼ିଛି। ଦୀପିକା ମାଲେସିଆର ଖେଳାଳି ନିକୋଲ ଡାଭିଡଙ୍କ ଠାରୁ ଏକ ତରଫା ମୁକାବିଲାରେ ୩-୦ରେ ପରାସ୍ତ ହୋଇଥିଲେ। ଫଳରେ ତାଙ୍କୁ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକରେ ସନ୍ତୋଷ ହେବାକୁ ପଡ଼ିଥିଲା। ସେହିପରି ଜ୍ୟୋତ୍ସା ଚିନ୍ନପା ମାଲେସିଆ ପ୍ରତିଯୋଗୀଙ୍କ ଠାରୁ ପରାସ୍ତ ହୋଇ କାଂସ୍ୟ ପଦକ ଆଣିଛନ୍ତି।

ସମ୍ବନ୍ଧିତ ଖବର