ଥିମ୍ଫୁ (ଭୁଟାନ): ଭାରତୀୟ ବାଳିକା ଫୁଟ୍ବଲ୍ ଦଳ ୧୫ ବର୍ଷରୁ କମ୍ ସାଫ୍ ମହିଳା ଚାମ୍ପିଅନ୍ସିପ୍ ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍ରେ ଏହି ଦଳ ୫-୩ (୦-୦) ପେନାଲ୍ଟି ସୁଟ୍ ଆଉଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଫଳରେ ଭାରତ ଲଗାତାର ଦ୍ବିତୀୟ ଥର ଲାଗି ଏହି ଟ୍ରଫି ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛି। ତୃତୀୟ ବର୍ଷରେ ପଦାର୍ପଣ କରିଥିବା ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଥର ଫାଇନାଲ୍ରେ ଭାରତ-ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ଉଦ୍ଘାଟନୀ ସଂସ୍କରଣରେ ବାଂଲାଦେଶ ବିଜେତା ହୋଇଥିଲା ବେଳେ ପରବର୍ତୀ ଦୁଇ ସଂସ୍କରଣରେ ଭାରତ ବାଜି ମାରିନେଇଥିଲା।
ରବିବାର ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା। ୨ ଲେଖାଏଁ ବିଜୟ ସହ ୭ ପଏଣ୍ଟ୍ ଲେଖାଏଁ ପାଇ ଉଭୟ ଦଳ ଫାଇନାଲ୍ରେ ପହଞ୍ଚିଥିଲେ। ମଙ୍ଗଳବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ମଧ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଧାରିତ ସମୟରେ କେହି କାହାରିକୁ ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲେ। ଫଳରେ ପେନାଲ୍ଟି ସୁଟ୍ ଆଉଟ୍ରେ ଫଳାଫଳ ବାହାରିଥିଲା। ଏଥିରେ ୫ରୁ ୫ ଗୋଲ୍ କରି ଭାରତ ଟ୍ରଫି ହାତେଇ ନେଇଥିଲା। ଜବାବରେ ବାଂଲାଦେଶ ୩ ଗୋଲ୍ କରିବାକୁ ସକ୍ଷମ ହୋଇଥିଲା।