ଇଣ୍ଡିଆ ଗଟ୍‌ ଟାଲେଣ୍ଟ୍‌ରେ ସତ୍ୟପୀର

ଗୋଟିଏ ସେକେଣ୍ଡ୍‌ରେ କରିବେ ୮ ଜଣଙ୍କୁ ଆକ୍ରମଣ

ଭୁବନେଶ୍ୱର: କଲର୍ସ ଟେଲିଭିଜନରେ ପ୍ରସାରିତ ରିଅଲିଟି ସୋ ଇଣ୍ଡିଆ ଗଟ୍‌ ଟାଲେଣ୍ଟ୍‌ରେ ଦେଖାଯିବେ ଗିନିଜ୍‌ ବୁକ୍‌ ବିଶ୍ୱ କୀର୍ତିମାନଧାରୀ ସତ୍ୟପୀର ପ୍ରଧାନ। ଗୋଟିଏ ମିନିଟ୍‌ରେ ସର୍ବାଧିକ ମୁଥ ମାରିବାରେ ବିଶ୍ୱ କୀର୍ତିମାନ କରିଥିବା ଏହି ଓଡ଼ିଆ ତାରକାଙ୍କୁ କଲର୍ସ ପକ୍ଷରୁ ପ୍ରସାରିତ ରିଅଲିଟି ସୋ ପାଇଁ ଡାକରା ମିଳିଛି। ସେ ଅଗଷ୍ଟ ୧୮ ତାରିଖରେ ଏଠାରେ ନିଜ ଯାଦୁ ଦେଖାଇବେ। ଗୋଟିଏ ସେକେଣ୍ଡ୍‌ରେ ୮ ଜଣଙ୍କୁ ନିଜର ସାମରିକ କଳା ପଦ୍ଧତି (ମୁଥ, ଆଣ୍ଠୁ ମାଡ଼, ଗୋଇଠା, ଛୁରୀ ହାତ, କହୁଣୀ ମାଡ଼)ରେ ଆକ୍ରମଣ କରିବେ।

ସମ୍ବନ୍ଧିତ ଖବର