ବିଶ୍ୱକପ୍‌: ଇଂଲଣ୍ଡ ମାଟିରେ ନ୍ୟୁଜିଲାଣ୍ଡ ଠାରୁ ଗୋଟିଏ ମ୍ୟାଚ୍‌ରେ ବି ଜିିତି ନାହିଁ ଭାରତ

ଟ୍ରେଣ୍ଟବ୍ରିଜ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦିନକ ପରେ ମ୍ୟାଚ୍‌ ଖେଳିବ। ଅଭ୍ୟାସ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ହାରିଥିଲେ ମଧ୍ୟ ଭାରତ ନିଜର ପ୍ରଥମ ୨ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଦୃଢ଼ ମନୋବଳ ରଖିଛି। ଚଳିତ ବିଶ୍ୱକପ୍‌ରେ ଭାରତ ଜୁନ ୧୩ରେ ନ୍ୟୁଜିଲାଣ୍ଡକୁ ଭେଟିବ।

ଇଂଲଣ୍ଡ ମାଟିରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଛି। ତିନି ମ୍ୟାଚରେ ଭାରତକୁ ପରାଜୟର ଶିକାର ହେବାକୁ ପଡ଼ିଛି। ତେଣୁ ବିରାଟ କୋହଲିଙ୍କ ନେତୃତ୍ୱରେ ଆଗାମୀ ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଭାରତ ସତର୍କତା ଅବଳମ୍ବନ କରିବ। ବିଶ୍ୱକପ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୭ଟି ମ୍ୟାଚ୍‌ ଖେଳାଯାଇଛି ଏବଂ ଏଥିରୁ ଭାରତ ୩ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ସଂଯୋଗ ବଶତଃ ଇଂଲଣ୍ଡ ମାଟିରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍‌ର ୩ଟି ମ୍ୟାଚ୍‌ ଖେଳାଯାଇଛି ଏବଂ ଏହି ମ୍ୟାଚ ଗୁଡ଼ିକ ନ୍ୟୁଜିଲାଣ୍ଡ ଜିତିଛି।

Zee News

ବିଶ୍ୱକପ୍‌ରେ ଶେଷ ଥର ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେଞ୍ଚୁରିଅନରେ ୨୦୦୩ରେ ମୁକାବିଲା ହୋଇଥିଲା। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ୭ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା। ଭାରତ ୧୯୮୩ରେ ବିଶ୍ୱକପ ଜିତିଥିଲେ ବି ନ୍ୟୁଜିଲାଣ୍ଡ ସହିତ ମୁକାବିଲା ହୋଇ ନଥିଲା।

ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ମଧ୍ୟରେ ପୂର୍ବରୁ ଯେଉଁ ୩ଟି ମ୍ୟାଚ୍‌ ଖେଳିଛି, ସଂଯୋଗ ବଶତଃ ଏହା ଜୁନ ୧୨ ରୁ ୧୪ ମଧ୍ୟରେ ଖେଳାଯାଇଛି ଏବଂ ଏଥର ଏହି ମ୍ୟାଚ୍‌ ୧୩ ତାରିଖରେ ପଡୁଛି। ଏହି ମ୍ୟାଚ୍‌କୁ ନେଇ ଭାରତୀୟ ଟିମ୍‌ ଅନେକ ଆଶା ରଖିଛି।

ସମ୍ବନ୍ଧିତ ଖବର