ଯୁବ ଏସିଆ କପ୍‌ ଫା‌ଇନାଲ୍‌ରେ ଭାରତ

ବାଂଲାଦେଶକୁ ୨ ରନ୍‌ରେ ହରାଇଲା

ମିରପୁର: ଏସିଆ କପ୍ ୧୯ ବର୍ଷରୁ କମ୍ କ୍ରିକେଟ୍‌ ପ୍ରତିଯୋଗିତା‌େର ଭାରତ ଅପରା‌ଜୟ ରହି ଫାଇନାଲ୍‌ ପ୍ରବେଶ କରିଛି। ଗ୍ରୁପ୍‌ ବିଜେତା ହୋଇ ସେମିଫାଇନାଲ୍‌ରେ ପହଞ୍ଚିଥିବା ଭାରତ ଗୁରୁବାର ‌ଆୟୋଜକ ବାଂଲାଦେଶକୁ ୨ ରନ୍‌ରେ ହରାଇ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ଗୁରୁବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯.୩ ଓଭର୍‌ରେ ସମସ୍ତ ୱିକେଟ୍‌ ହରାଇ ୧୭୨ ରନ୍‌ କରିଥିଲା। ଯଶସ୍ବୀ ଜୟସ୍ବାଲ୍‌ ୩୭, ସମୀର ଚୌଧୁରୀ ୩୬, ଅନୁଜ ରାୱତ ୩୫ ଏବଂ ଆୟୁଷ ବାଦୋନୀ ୨୮ ରନ୍‌ କରିଥିଲେ। ସୌରିଫୁଲ ଇସ୍‌ଲାମ ୩ ଏବଂ ମୃତ୍ୟୁଞ୍ଜୟ ଚୌଧୁରୀ, ରିସଦ ହୁସେନ ଓ ତୋହିଦ ହୃଦୟ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ବାଂଲାଦେଶ ସାମିମ ହୁ‌େସନ୍‌ (୫୯)ଙ୍କ ଅର୍ଧଶତକ ଏବଂ ଆକବର ଅଲ୍ଲୀଙ୍କ ୪୫ ରନ୍‌ ସତ୍ବେ ୪୬.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୦ ରନ୍‌ କରି ପାରିଥିଲା। ଭାରତ ପକ୍ଷରୁ ମୋହିତ ଜାଙ୍ଗରା ଓ ସିଦ୍ଧାର୍ଥ ଦେଶାଇ ୩ ଲେଖାଏଁ, ହର୍ଷ ତ୍ୟାଗୀ ୨ ଏବଂ ଅଜୟ ଗଙ୍ଗାପୁରମ ଗୋଟିଏ ‌ୱିକେଟ୍‌ ନେଇଥିଲେ। ମୋହିତ ଜାଙ୍ଗରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରବିବାର ଭାରତ ଫାଇନାଲ୍‌ରେ ଶୁକ୍ରବାର ଆଫ୍‌ଗାନିସ୍ଥାନ-ଶ୍ରୀଲଙ୍କା ଖେଳାଯିବାକୁ ଥିବା ସେମିଫାଇନାଲ୍‌ର ବିଜେତାକୁ ଭେଟିବ।

ସମ୍ବନ୍ଧିତ ଖବର