ଅନ୍ତଃମହାଦେଶୀୟ କପ୍‌ ଫୁଟ୍‌ବଲ୍‌: ଭାରତ-କେନିଆ ଫାଇନାଲ୍‌

ମୁମ୍ବାଇ: ଚଳିତ ଅନ୍ତଃମହାଦେଶୀୟ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ରବିବାର ଖେଳାଯିବାକୁ ଥିବା ଫାଇନାଲ୍‌ରେ ଭାରତ ଭେଟିବ ଆଫ୍ରିକୀୟ ଦଳ କେନିଆକୁ। ଶୁକ୍ରବାର ଶେଷ ଲିଗ୍‌ ମ୍ୟାଚ୍‌ରେ କେନିଆ ୪-୦ ଗୋଲ୍‌ ବ୍ୟବଧାନରେ ଚାଇନିଜ୍‌ ତାଇପେକୁ ହରାଇଦେବା ଫଳରେ ଉନ୍ନତ ଗୋଲ୍‌ ବ୍ୟବଧାନରେ ଫାଇନାଲ୍‌ ପହଞ୍ଚିଛି। କେନିଆକୁ ଅନ୍ୟୁନ ୪ ଗୋଲ୍‌ ବ୍ୟବଧାନ ବିଜୟ ଆବଶ୍ୟକ ଥିବାବେଳେ ଦଳ ଗୋଟିଏ ବି ଗୋଲ୍‌ ବରଣ ନ କରି ଜିତିଥିଲା। ଫଳରେ ସମାନ ୬ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ଭାରତ (+୭) ଓ କେନିଆ (+୨) ଫାଇନାଲରେ ପହଞ୍ଚିଥିଲେ। ଗୁରୁବାର ଭାରତକୁ ହରାଇଥିବା ନ୍ୟୁଜିଲାଣ୍ଡ୍‌ ସମାନ ୬ ପଏଣ୍ଟ୍‌ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ (+୧) ପଛରେ ପଡ଼ି ବିଦାୟ ନେଲା। ଅନ୍ୟପକ୍ଷରେ ଭାରତ ଲିଗ୍‌ ପର୍ଯ୍ୟାୟରେ କେନିଆକୁ ୩-୦ରେ ହରାଇଥିବାରୁ ବିଜେତା ହେବାର ଦାବିଦାର ହୋଇଛି।

ସମ୍ବନ୍ଧିତ ଖବର