ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ: ରାହାଣେଙ୍କ ପରେ ମନୀଷ ଆଉଟ, ଭାରତ ୩/୧୩୧

କୋଲକାତା: ଅର୍ଦ୍ଧଶତକ ପରେ ଆଜିଙ୍କ୍ୟ ରାହାଣେ(୫୫) ଆଉଟ ହେବା ପରେ ମନୀଷ ପାଣ୍ଡେ(୩) ଆଉଟ ହୋଇ ପାଭଲିୟନକୁ ଫେରି ଯାଇଛନ୍ତି। କୋଲକାତାର ଇଡେନ ଗାର୍ଡେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ୫ଟି ଦିନିକିଆ ଶୃଙ୍ଖଳାର ୨ୟ ଦିବା-ରାତ୍ର ମ୍ୟାଚରେ ଗୁରୁବାର ରାହାଣେ ୬୪ଟି ବଲ ଖେଲିବା ପରେ ଆଉଟ ହୋଇଛନ୍ତି। ସେହିଭଳି ମନୀଷ ପାଣ୍ଡେ ୧୩ଟି ବଲ ଖେଳି ଅଷ୍ଟନ ଅଗରଙ୍କ ବଲ ଖେଳିବାକୁ ଯାଇ ବୋଲ୍ଡ ହୋଇ ଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୨୭.୩ଓଭରରେ ୧୩୧ ରନ୍‌ ସଂଗ୍ରହ କରିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୫୮) ଓ କେଦାର ଯାଧବ (୦) କ୍ରିଜରେ ଅଛନ୍ତି।

ଭାରତର ପ୍ରଥମ ଓ୍ଵିକେଟ ୧୯ରେ ପଡ଼ିଥିଲା। ନାଥାନ କଲଟରଙ୍କ ବଲ ଖେଳିବାକୁ ଯାଇ ରୋହିତ ଶର୍ମା (୭) କଲଟରଙ୍କୁ କ୍ୟାଚ ଦେଇଥିଲେ। ଅଷ୍ଟ୍ରେଲିଆର ୨ୟ ଶିକାରେ ହୋଇଥିଲେ ଆଜିଙ୍କ୍ୟ ରାହାଣେ(୫୫)। ସେ କ୍ୟାରିୟରର ୮୨ତମ ମ୍ୟାଚରେ ୬୨ଟି ବଲ ଖେଲି ୨୦ତମ ଅର୍ଦ୍ଧଶକତ ହାସଲ କରିବା ପରେ କ୍ୟାଟ ରାଇଓ ଓ ମ୍ୟାଥୁ ଓ୍ଵାଡେଙ୍କ ଦ୍ୱାରା ରନ ଆଉଟ ହୋଇଥିଲେ।

ସମ୍ବନ୍ଧିତ ଖବର