ନୂଆଦିଲ୍ଲୀ: ଅଙ୍କିତା ରାଇନାଙ୍କ ପୁଣି ଏକ ବିଜୟ ସତ୍ତ୍ୱେ ଭାରତ ଫେଡେରେସନ୍ କପ୍ ଟେନିସ୍ ମୁକାବିଲାରେ ଦ୍ୱିତୀୟ ପରାଜୟ ବରଣ କରିଛି। ବୁଧବାର ଚୀନ୍ ନିକଟରୁ ୧-୨ରେ ହାରିଯାଇଥିବା ଭାରତ ଗୁରୁବାର କାଜାକସ୍ତାନ ନିକଟରୁ ମଧ୍ୟ ୧-୨ରେ ପରାସ୍ତ ହୋଇଛି। ପ୍ରଥମ ମ୍ୟାଚ୍ରେ କର୍ମନ୍ କୌର ଥାଣ୍ଡି ବିଶ୍ୱ ମାନ୍ୟତାର ୫୫ ଜାରିନା ଡିୟାସ୍ଙ୍କ ନିକଟରୁ ୩-୬ ଓ ୨-୬ ସେଟ୍ରେ ହାରିଯାଇଥିଲେ। ହେଲେ ଦ୍ୱିତୀୟ ମ୍ୟାଚ୍ରେ ଅଙ୍କିତା ପ୍ରାୟ ୨ ଘଣ୍ଟା ୨୫ ମିନିଟ୍ ସଂଘର୍ଷ କରିବା ପରେ ୟୁଲିଆ ପୁଟିନ୍ସେଭାଙ୍କୁ ୬-୩, ୧-୬ ଓ ୬-୪ ସେଟ୍ରେ ପରାସ୍ତ କରି ଭାରତ ପାଇଁ ସ୍ଥିତି ୧-୧ କରିଦେଇଥିଲେ। ଫଳରେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଉପରେ ଉଭୟ ଦଳର ଭାଗ୍ୟ ଝୁଲି ରହିଥିଲା। କିନ୍ତୁ ଅଙ୍କିତା ଓ ପ୍ରାର୍ଥନା ଥୋମ୍ବାରେ ଯୋଡ଼ି ଏହି ମୁକାବିଲା ହାରି ଯାଇଥିଲେ। ଭାରତୀୟ ଯୋଡ଼ିକୁ ୬-୦ ଓ ୬-୪ ସେଟ୍ରେ ପରାସ୍ତ କରି ଡିୟାସ୍ ଓ ପୁଟିନ୍ସେଭା କାଜାକସ୍ତାନକୁ ବିଜୟ ଭେଟି ଦେଇଥିଲେ। ଭାରତ ପରବର୍ତୀ ମୁକାବିଲାରେ ହଂକଂକୁ ଭେଟିବ।