ସେମିରେ ଭାରତୀୟ ପୁରୁଷ ଓ ମହିଳା

କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ପ୍ରତିଯୋଗିତାର ମହିଳା ଦଳଗତ ବିଭାଗରେ ଭାରତ ନକ୍‌ଆଉଟରେ ପ୍ରବେଶ କରିଛି। ଗ୍ରୁପ୍‌ ଏଫ୍‌ରେ ଦ୍ବିତୀୟ ପର୍ଯ୍ୟାୟରେ ଭାରତ ଖେଳିଥିବା ସମସ୍ତ ତିନିଟି ମ୍ୟାଚ୍‌ ଜିତି ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଛି। ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ େଵଲ୍ସକୁ, ଦ୍ବିତୀୟରେ ମାଲେସିଆ ଓ ତୃତୀୟରେ ନାଇଜେରିଆକୁ ସିଧାସଳଖ ୩-୦ ଲେଖାଏଁ ପଏଣ୍ଟରେ ହରାଇ ଭାରତ ଏହି ଯୋଗ୍ୟତା ଅର୍ଜନ କରିଛି। ଭାରତ ସହିତ ଏହି ଗ୍ରୁପ୍‌ରୁ ନାଇଜେରିଆ ଦୁଇଟି ବିଜୟ ସହ ଦ୍ବିତୀୟ ଦଳ ଭାବେ ସେମି ଫାଇନାଲ୍‌ରେ ପହଞ୍ଚିଛି। ଏହି ଦଳ ଦ୍ବିତୀୟ ପର୍ଯ୍ୟାୟରେ େଵଲ୍ସ, ମାଲେସିଆକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାରେ ସେମି ଫାଇନାଲ୍‌ ଖେଳିବାକୁ ସୁଯୋଗ ପାଇଛି।

ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଭାରତ ଓ େଵଲ୍ସ ମୁକାବିଲା ହୋଇଥିଲା। ମଧୁରିକା ପାଟକର ଆରମ୍ଭରୁ ୬ ପଏଣ୍ଟ ବ୍ୟବଧାନରେ ଚାରଲୋଟ କ୍ୟାରିଙ୍କଠୁ ହାରି ଯାଇଥିଲେ। ଏହାପରେ ସେ ସଫଳ ପ୍ରତ୍ୟାବର୍ତ୍ତନ କରି ୧୧-୮, ୧୧-୫, ୧୧-୮ରେ ସେଟ୍‌ ଜିତିଯାଇଥିଲେ। ଦ୍ବିତୀୟ ରାଉଣ୍ତରେ ଅର୍ଚ୍ଚନା କାମଥ ୧୧-୮, ୧୧-୬, ୧୧-୭ରେ ବେଥ ରିଚାର୍ଡ୍ସଙ୍କୁ ଏବ˚ ତୃତୀୟ ରାଉଣ୍ତରେ ଅହିକା ମୁଖାର୍ଜୀ ୧୧-୩, ୧୧-୮, ୧୧-୭ରେ ଲାରା ହ୍ବାଇଟନଙ୍କୁ ସିଧାସଳଖ ହରାଇଥିଲେ। ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ହରାଇବା ପାଇଁ ଭାରତୀୟ ମହିଳାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଥିଲା। ଅର୍ଚ୍ଚନା ୧୧-୧, ୧୨-୧୦, ୧୧-୬ରେ ଜିନ୍‌ ଟିଙ୍କୁ ହରାଇଥିଲା ବେଳେ ମନିକା ବାତ୍ରା ଓ ମଧୁରିକା କିଛିଟା ସଂଘର୍ଷ କରି ଯଥାକ୍ରମେ ୟିଙ୍ଗ୍‌ ହୋ ଏବଂ ଆଲିସ ସିଆନ୍‌ ଚାଙ୍ଗଙ୍କୁ ପରାସ୍ତ କରିଥିଲେ। ୩-୦ ବିଜୟ ସହ ଭାରତୀୟ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିସାରିଥିଲେ ବି ଅନ୍ୟତମ ସେମି ଫାଇନାଲ ଦଳ ନାଇଜେରିଆ ସହିତ ଗ୍ରୁପ୍‌ ଶୀର୍ଷ ସ୍ଥାନ ପାଇଁ ଚୂଡାନ୍ତ ଲଢେଇ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ୩-୦ରେ ବିଜୟୀ ହୋଇ ପ୍ରଥମ ସ୍ଥାନରେ ରହିଥିଲା। ଅର୍ଚ୍ଚନା ୬-୧୧, ୧୧-୪, ୧୧-୭, ୧୧-୮ରେ ଅଫିଅନୋ ଏଡେମ୍‌ଙ୍କୁ, ମନିକା ୧୧-୪, ୧୧-୩, ୧୧-୪ରେ ଅଜୋକେ ଓଜମୁଙ୍କୁ ଏବ˚ ସୁତୀର୍ଥା ମୁଖାର୍ଜୀ ୧୧-୪, ୧୧-୮, ୧୧-୮ରେ ସେସିଲିଆ ଅକପନ୍‌ଙ୍କୁ ପରାସ୍ତ କରିଥିଲେ।

ସେମିରେ ଭାରତ-ସିଙ୍ଗାପୁର
ରାଜ୍ୟଗୋଷ୍ଠୀ ସେମି ଫାଇନାଲ୍‌ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ସିଙ୍ଗାପୁର ବିପକ୍ଷରେ ପରସ୍ପରକୁ ଭେଟିବେ। ଶୁକ୍ରବାର ପୁରୁଷରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ଏବଂ ଇଂଲଣ୍ଡ ଓ ମାଲେସିଆ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ୍‌ ଖେଳାଯିବ। ମହିଳା ବିଭାଗରେ ଭାରତ ଓ ସିଙ୍ଗାପୁର ମ୍ୟାଚ ବ୍ୟତୀତ ଇଂଲଣ୍ଡ ଓ ନାଇଜେରିଆ ମଧ୍ୟରେ ଦ୍ବିତୀୟ ସେମି ଫାଇନାଲ୍‌ ଅନୁଷ୍ଠିତ ହେବ। ଅପରାହ୍ନରେ ପୁରସ୍କାର ବିତରଣ ପରେ ଶନିବାରଠୁ ବ୍ୟକ୍ତିଗତ ଇଭେଣ୍ଟ ଖେଳାଯିବ।

କଟକ: ମହିଳାଙ୍କ ପରେ ଭାରତୀୟ ପୁରୁଷ ଦଳ ମଧ୍ୟ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତାର ସେମି ଫାଇନାଲ୍‌ରେ ପହଞ୍ଚିଛି। ଦ୍ବିତୀୟ ପର୍ଯ୍ୟାୟରେ ଏହି ଦଳ ସମସ୍ତ ତିନି ମ୍ୟାଚ୍‌ ଜିତିବାରେ ସଫଳ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା, ଦ୍ବିତୀୟରେ ମାଲେସିଆ ଓ ତୃତୀୟରେ େଵଲ୍ସକୁ ହରାଇ ଭାରତ ଅପରାଜେୟ ସହ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଗୁରୁବାର ଭାରତ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୩-୦ରେ ହରାଇ ଦ୍ବିତୀୟ ପର୍ଯ୍ୟାୟ ଖାତା ଖୋଲିଥିଲା। ଆଣ୍ଟୋନୀ ଅମଲରାଜ ୧୧-୫, ୧୧-୬, ୧୧-୩ରେ କୃଷ୍ଣନ୍‌ ଵିକିରାମାରତ୍ନଙ୍କୁ, ଜି ସାଥିଆନ୍‌ ୧୧-୫, ୧୧-୩, ୧୧-୪ରେ ନିର୍ମଳ ଜୟସିଙ୍ଘେଙ୍କୁ ହରାଇଥିଲେ। ଏହାପରେ ମାନବ ଠାକ୍କର ୧୧-୮, ୧୧-୯, ୮-୧୧ ଓ ୧୧-୧ରେ ମିଲିଣ୍ତା ଲକ୍ଷିଥାଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଭାରତ ୩-୦ରେ ମାଲେସିଆକୁ ହରାଇଥିଲା। ଆଣ୍ଟୋନୀ ଅମଲରାଜ ୭-୧୧, ୧୨-୧୦, ୧୧-୭, ୧୧-୮ରେ ଫେଙ୍ଗ ଲେଓଙ୍ଗଙ୍କୁ, ଶରତ କମଲ ୧୧-୯, ୧୧-୮, ୧୧-୬ରେ ମହମ୍ମଦ ରିଜଲଙ୍କୁ ଓ ହରମିତ ଦେଶାଇ ୧୧-୨, ୧୧-୪, ୧୧-୪ରେ ଵଙ୍ଗ କ୍ବି ସେନ୍‌ଙ୍କୁ ମାତ୍‌ ଦେଇଥିଲେ। ତୃତୀୟ ମ୍ୟାଚ୍‌ରେ େଵଲ୍ସକୁ ମଧ୍ୟ ୩-୦ରେ ହରାଇ ଭାରତୀୟ ପୁରୁଷ ଦଳ ସେମି ଫାଇନାଲ୍‌ରେ ପହଞ୍ଚିଥିଲା। ମାନବ ଠାକ୍କର ୧୧-୯, ୧୧-୬, ୧୧-୩ରେ ଡିନ୍‌ କଣ୍ତିଙ୍କୁ, ହରମିତ ଦେଶାଇ ୧୧-୯, ୧୧-୭, ୧୧-୫ରେ କାଲମ୍‌ ଇଭାନ୍ସଙ୍କୁ ଏବ˚ ଅମଲରାଜ ୧୧-୫, ୧୧-୬, ୧୧-୫ରେ ବେନେଡିକ୍ଟ ଵାଟସନ୍‌ଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର