ପ୍ରଥମ ଟି-୨୦: ୨୨୦ ରନ୍‌ ଟାର୍ଗେଟ ନେଇ ଭାରତର ବ୍ୟାଟିଂ ଜାରି, ସ୍କୋର ୧୮/୧

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଟି-୨୦ରେ ୨୨୦ ରନ୍‌ ଟାର୍ଗେଟ ମିଳିବା ପରେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଜାରି ରଖିଛି। ଟିମ୍‌ ଇଣ୍ଡିଆର ବିଜୟ ଶଙ୍କର ଓ ଓପନର ଶିଖର ଧାଓ୍ଵନ ବ୍ୟାଟିଂ ଜାରି ରଖିଛନ୍ତି। ଭାରତ ପ୍ରଥମ ଓଭରରେ ମାତ୍ର ଗୋଟିଏ ରନ୍‌ କରିଥିବା ବେଳେ ୨ୟ ଓଭରରେ ୧୭ ରନ୍‌ ହୋଇଛି। ଭାରତ ୨.୧ ଓଭରରେ ୧ ଓ୍ଵିକେଟ ହରାଇ ୧୮ ରନ୍‌ କରିଛି।

ତିନି ଟି-୨୦ ମ୍ୟାଚ୍‌ର ପ୍ରଥମ ମୁକାବିଲାରେ ବୁଧବାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ନ୍ୟୁଜିଲାଣ୍ଡ ୨୧୯ ରନ୍‌ କରିଛି। ଏଥିରେ ଓପନର୍‌ ଟିମ୍‌ ସେଇଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ (୮୪ ରନ୍‌, ୪୩ ବଲ, ୭ ଚୌକା ଓ ୬ଛକା) ସାମିଲ ଅଛି। କୋଲିନ୍‌ ମୁନରୋ ଏବଂ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ୩୪-୩୪ ରନ୍‌ ଯୋଡ଼ିଛନ୍ତି। ସେହିପରି ରସ ଟେଲର ୨୩ ରନ୍‌ କରିଥିବା ବେଳେ ସ୍କଟ କୁଗେଲଜିଙ୍ଗଙ୍କ ୨୦ ରନ୍‌ ଦଳ ପାଇଁ ଅବଦାନ ଥିଲା।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ଖଲିଲ ଅହମଦ, କୃଣାଳ ପାଣ୍ଡ୍ୟା ଓ ୟଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି।

ସମ୍ବନ୍ଧିତ ଖବର