ଇଣ୍ଡିଆ ଓପନ୍‌ ମୁଷ୍ଟିଯୁଦ୍ଧ: ଭାରତର ୧୮ ପଦକ ପକ୍କା

ଗୌହାଟୀ: ସୋମବାରୁଠୁ ଏଠାରେ ଆରମ୍ଭ ହୋଇଥିବା ଇଣ୍ଡିଆ ଓପନ୍‌ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ୧୮ ଭାରତୀୟ ପଦକ ପକ୍କା କରିଛନ୍ତି। ୧୩ ପୁରୁଷ ଓ ୫ ମହିଳା ନିଜ ନିଜ ବର୍ଗରେ ସେମିଫାଇନାଲ୍‌ ପ୍ରବେଶ କରି ଏହି ପଦକ ନିଶ୍ଚିତ କରିଛନ୍ତି। ପୁରୁଷ ବର୍ଗରେ ଶିବ ଥାପ୍ପା, ଅମିତ ପୋଙ୍ଘଲ, ଅଙ୍କିତ, ମନୀଷ କୌଶିକ୍‌, ପିଏଲ୍‌ ପ୍ରସାଦ, ସଚିନ୍‌ ସିୱାଚ୍‌ ଓ ଗୌରବ ସୋଲାଙ୍କି (୫୨ କେଜି), ବ୍ରିଜେସ୍‌ ଯାଦବ, ସଞ୍ଜୟ (ଉଭୟ ୮୧ କେଜି), ନମନ ତନ୍‌ୱାର ଓ ସଂଜିତ୍‌ (ଉଭୟ ୯୧ କେଜି), ସତୀଶ କୁମାର ଓ ଅତୁଲ ଠାକୁର (ଉଭୟ ୯୧ କେଜିରୁ ଅଧିକ) ଏବଂ ମହିଳାରେ ୬ ଥର ବିଶ୍ବ ବିଜୟିନୀ ମେରି କମ୍‌ (୫୧ କେଜି), ଲଭ୍‌ଲିନା ବୋର୍ଗୋହେଁ ଓ ଅଞ୍ଜଳି (ଉଭୟ ୬୯ କେଜି), ଭାଗ୍ୟବତୀ କଚାରି ଓ ସାୱିଟି ବୁରା (ଉଭୟ ୭୫ କେଜି) ସେମିଫାଇନାଲ୍‌ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି।

ସମ୍ବନ୍ଧିତ ଖବର