ଏସିଆ କପ୍‌: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ବାଂଲାଦେଶ କରିବ ବ୍ୟାଟିଂ

ଦୁବାଇ: ଏସିଆ କପ୍‌ର ସୁପର-୪ରେ ଶୁକ୍ରବାର ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବ। ଭାରତୀୟ ଟିମ୍‌ ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଛି। ଭାରତୀୟ ଏକାଦଶରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ରବୀନ୍ଦ୍ର ଜାଦେଜାଙ୍କୁ ସ୍ଥାନ ମିଳିଛି।

ଶୁକ୍ରବାର ସୁପର-୪ର ପ୍ରଥମ ଦିନ ଦୁଇଟି ମ୍ୟାଚ୍‌ରେ ଭାରତ-ବାଂଲାଦେଶ ଏବଂ ଆଫ୍‌ଗାନିସ୍ତାନ-ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍‌ ଯଥାକ୍ରମେ ଦୁବାଇ ଏବଂ ଆବୁଧାବିରେ ଭାରତୀୟ ସମୟ ସଂଧ୍ୟା ୫ଟାରେ ଖେଳାଯିବ। ଗୁରୁବାର କିନ୍ତୁ ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ଆଫଗାନିସ୍ତାନ ହରାଇଦେଇଥିଲା। ଗ୍ରୁପ୍‌ ‘ବି’ରୁ ସୁପର-୪ ସ୍ଥାନ ପକ୍କା କରି ସାରିଥିବା ଆଫ୍‌ଗାନିସ୍ତାନ ଓ ବାଂଲାଦେଶ ପାଇଁ ଏହାର ଫଳାପଳ ଗୁରୁତ୍ୱ ରଖିନଥିଲା। ଆଫଭଗାନିସ୍ତାନ କିନ୍ତୁ ଟେଷ୍ଟ୍‍ ରାଷ୍ଟ୍ର ବାଂଲାଦେଶକୁ ୧୩୬ ରନରେ ହରାଇବା ଏହି ଦେଶର ଉତ୍‌ଥାନକୁ ଦର୍ଶାଇଥିଲା। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇଥିବା ଆଫଗାନିସ୍ତାନ ଏହି ବିଜୟ ସହିତ ଶୁକ୍ରବାରର ପାକିସ୍ତାନ ବିପକ୍ଷ ସୁପରଫୋର୍‌ ମ୍ୟାଚ୍‌ ପୂର୍ବରୁ ମନୋବଳକୁ ଦୃଢ଼ କରିଛି।

ସମ୍ବନ୍ଧିତ ଖବର