ଏସିଆ କପ୍‌: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ଦୁବାଇ: ଏସିଆ କପ୍‌ ଫାଇନାଲ ମ୍ୟାଚରେ ଶୁକ୍ରବାର ଭାରତ ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶକୁ ଭାରତ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି।

ଭାରତ ସର୍ବାଧିକ ସପ୍ତମ ଥର ପାଇଁ ବିଜେତା‌ ହେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ତୃତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଥିବା ବାଂଲାଦେଶ ପ୍ରଥମ ଥର ପାଇଁ ବିଜେତା ହେବା ଲାଗି ପ୍ରୟାସ କରିବ। ୨୦୧୬ରେ ଆୟୋଜିତ ଗତ ସଂସ୍କରଣରେ ବାଂଲାଦେଶକୁ ହରାଇ ଭାରତ ବିଜେତା ହୋଇଥିଲା। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ସମସ୍ତେ ଭାରତ ଏବଂ ପାକିସ୍ତାନ ଫାଇନାଲ୍ ଖେଳିବେ ବୋଲି ଆଶା ରଖିଥିଲେ। ହେଲେ ବୁଧବାରର ଶେଷ ସୁପରଫୋର୍ ମୁକାବିଲାରେ ପାକିସ୍ତାନକୁ ରୋମାଞ୍ଚକର ଭାବେ ପରାସ୍ତ କରି ବାଂଲାଦେଶ ଫାଇନାଲ ଟିକେଟ ହାସଲ କରି ନେଇଥିଲା। କାଗଜ କଲମ ଏବଂ ଅଭିଜ୍ଞତା‌ ଦୃଷ୍ଟିରୁ କିନ୍ତୁ ଭାରତ ପୁଣି ଥରେ ବିଜେତା ଆଖ୍ୟା ଅର୍ଜନ କରିବାର ଆଶା ଅଧିକ। ତେବେ ବାଂଲାଦେଶ ଅତୀତରେ ଅନେକ ବିପର୍ଯ୍ୟୟ ସୃଷ୍ଟି କରିଥିବାରୁ ଫାଇନାଲରେ କିଛି ବି ହୋଇପାରେ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଯଶ୍‌ପ୍ରୀତ ବୁମରା।
ବାଂଲାଦେଶ: ମସ୍ରଫ୍‌ ମୋର୍ତାଜା (ଅଧିନାୟକ), ମହମ୍ମଦ ମିଥୁନ, ଲିଟନ ଦାସ, ମୁସଫିକର ରହିମ, ମହମ୍ମଦୁଲ୍ଲା, ମୋସାଦିକ ହୁସେନ, ମେହଦି ହାସନ ମିରାଜ, ନଜମୁଲ ଇସଲାମ, ରୁବେଲ୍ ହୁସେନ, ମୁସ୍ତାଫିଜୁର ରେହମାନ।

ସମ୍ବନ୍ଧିତ ଖବର