ସୁଦିର୍‌ମନ କପ୍‌ରୁ ଭାରତ ବିଦା

ମାଲେସିଆ ପରେ ଚୀନ୍‌ଠୁ ବି ହାରିଲା

ନାନିଙ୍ଗ୍‌ (ଚୀନ୍‌): କ୍ରମାଗତ ଦ୍ବିତୀୟ ପରାଜୟ ସହ ଭାରତ ସୁଦୀରମନ୍‌ କପ୍‌ ‌ମିଶ୍ରିତ ଦଳ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛି। ଗ୍ରୁପ୍‌-୧ ଡି’ରେ ସ୍ଥାନ ପାଇଥିବା ଭାରତ ମଙ୍ଗଳବାର ପ୍ରଥମ ମୁକାବିଲାରେ ମାଲେସିଆଠୁ ୨-୩ରେ ହାରିଯାଇଥିଲା ବେଳେ ବୁଧବାର ଦ୍ବିତୀୟ ମୁକାବିଲାକୁ ମଧ୍ୟ ଚୀନ୍‌ ନିକଟରୁ ୦-୫ରେ ହାରିଗଲା। ମିଶ୍ରିତ ଯୁଗଳ ଯୋଡ଼ି ପ୍ରଣବ ଜେରି ଚୋପ୍ରା-ଏନ୍‌ ସିକ୍କି ରେଡୀ, ପୁରୁଷ ଏକକରେ ସମୀର ବର୍ମା, ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକ୍‌ ସାଇରାଜ୍‌ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ, ମହିଳା ଏକକରେ ସାଇନା ନେହ୍ବାଲ ଏବଂ ମହିଳା ଯୁଗଳ ଯୋଡ଼ି ଅଶ୍ବିନ୍‌ ପୋନାପ୍ପା-ସିକ୍କି ରେଡ୍ଡୀ ନିଜ ନିଜର ମ୍ୟାଚ୍‌ ହାରିବାରୁ ଚୀନ୍‌ ୫-୦ରେ ମୂଳପୋଛ ବିଜୟ ହାସଲ କରିଥିଲା। ଏଠାରେ ସୂଚନାଯୋଗ୍ୟ, ଭାରତ ଏହି ପ୍ରତିଯୋଗିତାରେ ୨୦୧୧ ଓ ୨୦୧୭ ସଂସ୍କରଣରେ କ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ଏଥର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ସଅଳ ବିଦାୟ ନେଇଗଲା।

ସମ୍ବନ୍ଧିତ ଖବର