ଦେଢ଼ଲକ୍ଷ ଟଙ୍କାରେ ନିଲାମ ହେଲା ଭାରତ-ପାକ ମ୍ୟାଚର ବଲ

ନୂଆଦିଲ୍ଲୀ: ଇଂଲଣ୍ଡରେ ଖେଳାଯାଉଥିବା ଆଇସିସି ବିଶ୍ୱକପ ୨୦୧୯ ଅନ୍ତିମ ଚରଣରେ ପହଂଚିଗଲାଣି | ତେବେ ଯଦି ଆପଣଙ୍କୁ ଏହି ମ୍ୟାଚର ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ଇଚ୍ଛା ହେଉଛି ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | କାରଣ ଆଇସିସି ଆପଣଙ୍କ ପସନ୍ଦର ମ୍ୟାଚର ବ୍ୟାଟ ଓ ବଲ ବିକ୍ରି କରୁଛି | ତେବେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଅଧିକ ମୂଲ୍ୟରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା କ୍ରିକେଟ ବଲକୁ ବିକ୍ରି କରାଯାଇଛି |

Navbharat Times

ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବ୍ୟବହାର ହୋଇଥିବା ବଲକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି | ଖେଳ ସରିବାର ମାତ୍ର କିଛି ସମୟ ମଧ୍ୟରେ ଏହି ବଲ ବିକ୍ରି ହୋଇଯାଇଛି | ବିଶ୍ୱକପରୁ ଉଭୟ ଭାରତ ଓ ପାକିସ୍ତାନ ବାହାରିଯାଇଛନ୍ତି |

ଏହା ପରେ ବି ଏହି ମ୍ୟାଚକୁ ମନେରଖିବା ପାଇଁ କ୍ରିକେଟ ପ୍ରେମୀ ଏହି ମ୍ୟାଚରେ ବ୍ୟବହାର ହୋଇଥିବା ବଲକୁ କିଣିଛନ୍ତି | ଜୁନ ୧୬ରେ ମଞ୍ଚେଷ୍ଟରରେ ଏହି ମ୍ୟାଚ ଖେଳାଯାଇଥିଲା | ଆଇସିସି ମେମୋରେବେଲା ୱେବସାଇଟ ମାଧ୍ୟମରେ ଏହି ବଲକୁ ବିକ୍ରି କରିଛି |

ସମ୍ବନ୍ଧିତ ଖବର