ଭାରତ-ପାକିସ୍ତାନ କ୍ରିକେଟ୍‌ ସମ୍ପର୍କ ଏବେ ନୁହେଁ: ଶୁକ୍ଳା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅନୁମତି ନ ମିଳିଲା ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ସମ୍ପର୍କ ବଢ଼ିବନି ବୋଲି କହିଛନ୍ତି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅଧ୍ୟକ୍ଷ ରାଜୀବ ଶୁକ୍ଳା। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଏଭଳି ମତ ରଖିଛନ୍ତି ଶୁକ୍ଳା। ଅମକୁ ସରକାର ଅନୁମତି ନଦେଲେ ପାକିସ୍ତାନ ସହ ଖେଳିବାକୁ ଯିବୁନାହିଁ। କ୍ରୀଡ଼ା ସବୁଠୁ ଉର୍ଧରେ। କେହି ଉଗ୍ରବାଦକୁ ପ୍ରୋତ୍ସାହିତ କରୁଥିଲେ ଏହା କ୍ରୀଡ଼ା ଉପରେ ନିଶ୍ଚିତ ପ୍ରଭାବ ପକାଇଥାଏ। କିନ୍ତୁ ବିଶ୍ବକପ୍‌ ସମ୍ପର୍କରେ ଏବେଠୁ କିଛି କହି ହେବ ନାହିଁ। ବିଶ୍ବକପ୍‌ ବହୁ ଦୂରରେ ଅଛି। କାରଣ ଏହା ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା ବୋଲି ଶୁକ୍ଲା ପ୍ରକାଶ କରିଛନ୍ତି। ଆମେ ଉଗ୍ରବାଦୀଙ୍କ ସହ ପାକିସ୍ତାନର ସମ୍ପୃକ୍ତିକୁ ନେଇ କଂଗ୍ରେସ ସରକାର ସମୟରେ ବହୁ ପ୍ରମାଣ ଦିଆଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ। ପାକିସ୍ତାନ ଉଗ୍ରବାଦକୁ ସମର୍ଥନ କରିବା ଉଚିତ ନୁହେଁ ବୋଲି ଶୁକ୍ଳା କହିଛନ୍ତି। ସୂଚନାଯୋଗ୍ୟ, ଉଭୟ ଦେଶ ୨୦୧୨-୧୩ରୁ କୌଣସି ପ୍ରକାଣ ଦ୍ବିପାକ୍ଷିକ ଶୃଙ୍ଖଳା‌ ଖେଳି ନାହାନ୍ତି। ୨୦୨୩ ମସିହା ମଧ୍ୟରେ ୬ଟି ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବା ଲାଗି ପିସିବି ଓ ବିସିସିଆଇ ୨୦୧୪ ମସିହାରେ ଏକ ଚୁ୍କ୍ତି କରିଥିଲେ। ହେଲେ ସୀମା ସେପାଖ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଭାରତ ସରକାର ଅନୁମତି ଦେଉ ନଥିବାରୁ ଏହା କାର୍ଯ୍ୟକାରୀ ହେଉପାରୁନାହିଁ।

ସମ୍ବନ୍ଧିତ ଖବର