ବିଶ୍ୱକପ୍‌-୨୦୧୯ରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ଚାହିଦା, ଟିକେଟ୍‌ ମୂଲ୍ୟ ୬୦ ହଜାର ଟଙ୍କା!

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ ଟିମ୍‌ ମଧ୍ୟରେ ରବିବାର ମଚେଂଷ୍ଟରସ୍ଥିତ ଓଲଡ୍‌ ଟ୍ରାଫେଡ ଷ୍ଟାଡିୟମ୍‌ରେ ହେବାକୁ ଥିବା ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ଅନ୍ୟତମ ମୁକାବିଲା ପାଇଁ ଟିକେଟ୍‌ ମୂଲ୍ୟ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଂଚିଛି। ବର୍ଷ ୨୦୧୩ ପରେ ଭାରତ ଓ ପାକିସ୍ତାନ ଟିମ୍‌ କୁଟନୈତିକ କାରଣ ଯୋଗୁଁ କେବଳ ଆଇସିସି ଏବଂ ଏସୀୟ କ୍ରିକେଟ କାଉନସିଲ ଦ୍ୱାରା ଆୟୋଜିତ କରାଯାଇଥିବା ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇପାରୁଛନ୍ତି। ବ୍ରିଟେନ୍‌ରେ ଲକ୍ଷାଧିକ ସଂଖ୍ୟାରେ ଭାରତୀୟ ଓ ପାକିସ୍ତାନୀ ମୂଳ ନିବାସୀ ରୁହନ୍ତି ଏବଂ ଏହି କାରଣରୁ ଟିକେଟ୍‌ର ଦର ଆକାଶ ଛୁଆଁ ହୋଇଯାଇଛି।

Zee News

୨୦ ହଜାର ଦର୍ଶକଙ୍କ ବସିବା ପାଇଁ କ୍ଷମତା ରଖିଥିବା ଓଲଡ୍‌ ଟ୍ରାଫେଡ ଷ୍ଟାଡିୟମ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ ଦେଖିବାକୁ ଦର୍ଶକ ବହୁ ଉତ୍ସାହିତ। ଏହି ମ୍ୟାଚ୍‌ ପାଇଁ ଅଳ୍ପ ସମୟ ମଧ୍ୟରେ ଟିକେଟ ବିକ୍ରି ହୋଇଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୂର୍ବରୁ ଯେଉଁମାନେ କମ ଦରରେ ଟିକେଟ କିଣିଥିଲେ, ସେମାନେ ଏବେ ଏହାକୁ ବିକ୍ରି କରି ଭଲ ଟଙ୍କା ରୋଜଗାର କରୁଛନ୍ତି। ଏଭଳି ଟିକେଟ୍‌ ପୁନଃବିକ୍ରି କରୁଥିବା ୱେବସାଇଟ (ଭିୟାଗୋଗୋ ଡଟ କମ୍‌) ଅନୁସାରେ ୪୮୦ ଟିକେଟ ଦ୍ୱିତୀୟ ଥର ପାଇଁ ବିକ୍ରି ହୋଇଛି। ଏଥିରେ ବ୍ରୋଞ୍ଜ, ଗୋଲ୍ଡ, ପ୍ଲାଟିନମ ଓ ସିଲଭର ବର୍ଗର ଟିକେଟ ସାମିଲ ଅଛି।

କଂପାନୀର ୱେବସାଇଟ ଅନୁସାରେ ବ୍ରୋଞ୍ଜ ଓ ସିଲଭର ବର୍ଗର ଟିକେଟ ସଂପୂର୍ଣ୍ଣ ରୂପେ ବିକ୍ରି ହୋଇଯାଇଥିବା ବେଳେ ଏହାର ମୂଲ୍ୟ ୧୭ ହଜାର ଠାରୁ ୨୭ ହଜାର ପର୍ଯ୍ୟନ୍ତ ବିକ୍ରି ହୋଇଛି। ମାତ୍ର କଂପାନୀ ପକ୍ଷରୁ କୁହାଯାଇ ନାହିଁ ଯେ, ଏହି ଟିକେଟ କେତେ ଟଙ୍କାରେ କିଣାଯାଇଥିଲା।

ସମ୍ବନ୍ଧିତ ଖବର