୧୮ରେ ପହଞ୍ଚିବେ ଖେଳାଳି, ୧୯ରେ ଅଭ୍ୟାସ

କଟକ: ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ଉଭୟ ଦଳର ଖେଳାଳିମାନେ ୧୮ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। ଅପରାହ୍ନ ୨ଟା ୫ ମିନିଟ୍‌ରେ ସ୍ୱତନ୍ତ୍ର ବିମାନ ଯୋଗେ ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ମେ’ଫେୟାର ହୋଟେଲ୍‌କୁ ନିଆଯିବ। ସେଠାରେ ବିଶ୍ରାମ ନେବା ପରେ ୧୯ ତାରିଖରେ ଅଭ୍ୟାସ କରିବେ। ୧୯ ତାରିଖ ସକାଳ ୯ରୁ ୧୨ଟା ପର୍ଯ୍ୟନ୍ତ ଶ୍ରୀଲଙ୍କା ଓ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଭାରତ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ। ୨୧ ତାରିଖରେ ଉଭୟ ଦଳ ଓଡ଼ିଶା ଛାଡ଼ିବେ ବୋଲି ଓସିଏ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଭାରତ ବିପକ୍ଷ ଟେ୍ଵଣ୍ଟି-୨୦ରୁ ମାଲିଙ୍ଗା ବାଦ୍‌

କଲମ୍ବୋ: ଭାରତ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାରୁ ଶ୍ରୀଲଙ୍କାର ପୁରୁଖା ଦ୍ରୁତ ବୋଲର ତଥା ପୂର୍ବତନ ଅଧିନାୟକ ଲସିଥ ମାଲିଙ୍ଗା ବାଦ୍‌ ପଡ଼ିଛନ୍ତି। ଏଥିସହ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ସୁରଙ୍ଗା ଲାକମଲ ଏବଂ ଲାହିରୁ ଥିରିମାନେଙ୍କୁ ଏହି ଶୃଙ୍ଖଳା ଲାଗି ବିଶ୍ରାମ ମଧ୍ୟ ଦେଇଛି। ଏମାନଙ୍କ ସ୍ଥାନରେ ବିଶ୍ୱ ଫର୍ନାଡୋ ଏବଂ ଦସୁନ ସନକାଙ୍କୁ ଦଳରେ ସାମିଲ ହୋଇଛନ୍ତିି। ଟେ୍ଵଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ୨୦ ତାରିଖରେ କଟକରେ ଖେଳାଯିବା ପରେ ୨୨ ଓ ୨୪ ତାରିଖରେ ଇନ୍ଦୋର ଓ ମୁମ୍ବାଇରେ ପରବର୍ତୀ ଦୁଇ ମ୍ୟାଚ୍‌ ଖେଳାଯିବ।
ଦଳ: ଥିସାରା ପେରେରା (ଅଧିନାୟକ), ଉପୁଲ ଥରଙ୍ଗା, ଆଞ୍ଜେଲୋ ମାଥ୍ୟୁସ, କୁସାଲ ଜାନିଥ ପେରେରା, ଦନୁସ୍କା ଗୁଣତିଲକା, ନିରୋସାନ ଡିକ୍‌ଓ୍ଵାଲା, ଆସିଲା ଗୁଣରତ୍ନେ, ସାଦିରା ସମରବିକ୍ରମା, ଦସୁନ ସନକା, ଚତୁରଙ୍ଗା ଡି’ସିଲ୍‌ଭା, ସଚିଥ ପଥିରଣା, ଧନଞ୍ଜୟ ଡି’ସିଲ୍‌ଭା, ନୁଓ୍ଵାନ୍‌ ପ୍ରଦୀପ, ବିଶ୍ୱ ଫର୍ନାଡୋ, ଦୁଷ୍ମନ୍ତ ଚାମିରା।

ସମ୍ବନ୍ଧିତ ଖବର