ବାଂଲାଦେଶ ବିପକ୍ଷ ଦିବା-ରାତ୍ର ମ୍ୟାଚ୍‌ ପୂର୍ବରୁ ଇନ୍ଦୋରରେ ଗୋଲାପି ବଲରେ ଅଭ୍ୟାସ କରିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଆଗାମୀ ୨୨ରୁ ୨୬ ମଧ୍ୟରେ ଐତିହାସିକ ଇଡେନ ଗାର୍ଡେନରେ ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତ ଅଭ୍ୟାସ କରିବ। ଭାରତୀୟ କ୍ରିକେଟ୍‌ ଟିମ୍‌ ପରିଚାଳନା ମଧ୍ୟପ୍ରଦେଶ କ୍ରିକେଟ ସଂଘକୁ ବିରାଟ କୋହଲିଙ୍କ ଟିମ୍‌ ଗୋଲାପି ବଲରେ ଅଭ୍ୟାସ କରିବାକୁ ଅନୁରୋଧ କରିଛି। ଏମପିସିଏ (ମଧ୍ୟପ୍ରଦେଶ କ୍ରିକେଟ ସଂଘ)ର ସଚିବ ମିଲିନ୍ଦ କାନମାଡିକର ଏହା ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି ଯେ, ସଂଘ ଖେଳାଳିଙ୍କୁ ସହଯୋଗ କରିବାକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। କାରଣ ଭାରତୀୟ ଖେଳାଳି ଗୋଲାପି ବଲରେ ଖେଳିବା ଦ୍ୱାରା ଅଭ୍ୟସ୍ତ ହୋଇଯିବେ। ମିଲିନ୍ଦ କହିଛନ୍ତି, ଆମେ ଭାରତୀୟ ଟିମ୍‌କୁ ଅନୁରୋଧ କରିଛୁ ଯେ, ରାତିରେ ପିଙ୍କ ବଲରେ ତାଲିମ ନେବାକୁ ଚାହୁଁଛନ୍ତି, କାରଣ ବାଂଲାଦେଶ ବିପକ୍ଷରେ ଦିବା-ରାତ୍ର ମ୍ୟାଚ ପୂର୍ବରୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇପାରିବେ। ଆମେ ଏହାର ପୂରା ବ୍ୟବସ୍ଥା କରିବୁ।

ଟିମ୍‌ର ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ କହିଛନ୍ତି, ପିଙ୍କ ବଲ ସହିତ ଖେଳିବା ବହୁତ ବଡ଼ ଚ୍ୟାଲେଞ୍ଜିଂ କାମ। ରାହାଣେ କହିଛନ୍ତି, ମେତେ ଜଣା ନାହିଁ ଯେ, ମ୍ୟାଚ୍‌ କେମିତି ହେବ, ତଥାପି ଏହି ମ୍ୟାଚକୁ ନେଇ ମୁଁ ବ୍ୟକ୍ତିଗତ ଭାବେ ଉତ୍ସାହିତ ଅଛି।

ସମ୍ବନ୍ଧିତ ଖବର