୨ୟ ଟି-୨୦: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ

ସେଞ୍ଚୁରିଅନ୍‌: ପ୍ରଥମ ଟି-୨୦ ମ୍ୟାଚ୍‌କୁ ୨୮ ରନ୍‌ରେ ବିଜୟ ଲାଭ କରିବା ପରେ ଭାରତ ବୁଧବାର ଦକ୍ଷିଣ ଆଫ୍ରିକା ସହିତ ୨ୟ ଟି-୨୦ ମ୍ୟାଚ୍‌କୁ ନେଇ ଉତ୍ସାହିତ ହୋଇ ଉଠିଛି। ସେଞ୍ଚୁରିଅନ୍‌ର ସୁପର ସ୍ପୋର୍ଟସ୍‌ ପାର୍କରେ ଖେଳାଯାଉଥିବା ମ୍ୟାଚ୍‌ ନେଇ ଟିମ୍‌ ଇଣ୍ଡିଆ ବହୁ ଆଶା କରିଛି। ବିଜୟ ପାଇଁ ବିରାଟ କୋହଲି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରୁଛି।

ପୂର୍ବରୁ ପ୍ରଥମ ଟି-୨୦ରେ ଭାରତର ଭୁବନେଶ୍ୱର କୁମାର ଷ୍ଟାର ହିରୋର ପରିଚୟ ଦେଇଥିଲେ। ୫ଟି ଓ୍ଵିକେଟ୍‌ ନେଇ ସେ ଦକ୍ଷିଣ ଆଫ୍ରିକାକୁ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇଥିଲେ। ଭୁବନେଶ୍ୱର କୁମାର ଓପନର୍‌ ଜେଜେ ସୁମଟସ୍‌(୧୪) ଓ ରିଜଜା ହେଣ୍ଡରିକ୍‌(୭୦), ଜେପି ଡୁମିନି(୩), ହେନ୍‌ରିଚ କାଲସେନ(୧୬) ଓ କ୍ରିସ ମୋରିସ(୦)ଙ୍କୁ ପାଭଲିଅନ୍‌ ଫେରାଇ ଦେଇଥିଲେ।

୨୦୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ୧୭୫ ରନ୍‌ ସଂଗ୍ରହ କରିଥିଲା। ୨୮ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ୩ଟି ଟି-୨୦ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିଛି।

ସମ୍ବନ୍ଧିତ ଖବର