ଦକ୍ଷିଣ ଆଫ୍ରିକା ଟେ୍ଵଣ୍ଟି-୨୦ ଦଳର ନେତୃତ୍ୱ ନେବେ ଡୁମିନି

ଜୋହାନ୍‌ସବର୍ଗ: ଭାରତ ବିପକ୍ଷ ଟେ୍ଵଣ୍ଟ-୨୦ ଶୃଙ୍ଖଳା ପାଇଁ ଘରୋଇ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ତା’ର ଦଳ ଘୋଷଣା କରିଛି। ଆହତ ଯୋଗୁଁ ଫାଫ୍‌ ଡୁ ପ୍ଲେସିସ୍‌ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିବାରୁ ଜେପି ଡୁମିନିଙ୍କୁ ନେତୃତ୍ୱ ଭାର ଅର୍ପଣ କରାଯାଇଛି। ଘୋଷିତ ୧୪ ଜଣିଆ ଦଳରେ ୩ ନୂଆ ମୁହଁ ସାମିଲ ହୋଇଛନ୍ତି। ସେମାନେ ହେଲେ ଓ୍ଵିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ହେନ୍‌ରିକ୍‌ କ୍ଲାସେନ୍‌, ବ୍ୟାଟ୍‌ସମ୍ୟାନ୍‌ କ୍ରିଷ୍ଟିଆନ୍‌ ଜଙ୍କର ଓ ଦ୍ରୁତ ବୋଲର ଜୁନିଅର୍‌ ଡାଲା। ୩ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ତେବେ ଭାରତ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଶେଷ ହେବାର ମାତ୍ର ୫ ଦିନ ପରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବାକୁ ଥିବାରୁ ଏଡେନ୍‌ ମର୍କରାମ, ହାସିମ୍‌ ଆମ୍‌ଲା, ଲେଗ୍‌ ସ୍ପିନର ଇମ୍ରାନ୍‌ ତାହିରଙ୍କ ସହିତ ପ୍ରମୁଖ ଦ୍ରୁତ ବୋଲରଙ୍କୁ ଦକ୍ଷିଣ ଆଫ୍ରିକା ବିଶ୍ରାମ ଦେଇଛି। ଭାରତ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ବ୍ୟତୀତ ଅଷ୍ଟ୍ରେଲିଆ ବିପକ୍ଷ ତିନିଦିନିଆ ଅଭ୍ୟାସ ମାଚ୍‌ ପାଇଁ ଦକ୍ଷିଣ ଆଫ୍ରିକା-ଏ ଦଳ ମଧ୍ୟ ଘୋଷିତ ହୋଇଛି।
ଟେ୍ଵଣ୍ଟି-୨୦ ଦଳ: ଜେପି ଡୁମିନି (ଅଧିନାୟକ), ଫରହାନ୍‌ ବେହାରଦିନ୍‌, ଜୁନିଅର୍‌ ଡାଲା, ଏବି ଡିଭିଲିୟର୍ସ, ରିଜା ହେଣ୍ଡ୍ରିକ୍ସ, କ୍ରିଷ୍ଟିଆନ୍‌ ଜଙ୍କର, ହେନ୍‌ରିକ୍‌ କ୍ଲାସେନ୍‌ (ଓ୍ଵିକେଟ୍‌ରକ୍ଷକ), ଡେଭିଡ୍‌ ମିଲର୍‌, କ୍ରିସ୍‌ ମୋରିସ୍‌, ଡାନେ ପିଟରସନ୍‌, ଆରୋନ୍‌ ଫାଙ୍ଗିସୋ, ଆନ୍ଦିଲେ ଫେଲୁକ୍ୱାୟୋ, ତାବ୍ରିଜ୍‌ ସାମ୍‌ସି ଓ ଜନ୍‌ ଜନ୍‌ ସ୍ମଟ୍‌ସ।

ସମ୍ବନ୍ଧିତ ଖବର