ମୋହାଲି ଦିନିକିଆ: ରୋହିତଙ୍କ ଶତକ, ଭାରତ ୧/୨୯୧

ମୋହାଲି: ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ପଞ୍ଜାବର ମୋହାଲିସ୍ଥିତ ପିଏସସି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ୨ୟ ଦିନିକିଆରେ କାର୍ଯ୍ୟକାରୀ ଅଧିନାୟକ ରୋହିତ ଶର୍ମା କ୍ୟାରିୟରର ୧୬ତମ ଶତକ ହାସଲ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଗୋଟିଏ ଓ୍ଵିକେଟ ହରାଇ ୪୩.୩ ଓଭରରେ ୨୯୧ରନ୍‌ ସଂଗ୍ରହ କରିଛି। ରିପୋର୍ଟ ଲେଖାଯିବା ବେଳକୁ ରୋହିତ (୧୧୨) ଓ ଶ୍ରେୟସ ଆୟାର(୮୦) କରି କ୍ରିଜରେ ଅଛନ୍ତି। ଉୟର ୧୨୯ଟି ବଲ ଖେଳି ୧୫୦ ରନ୍‌ ସଂଗ୍ରହ କରିଛନ୍ତି।

ରୋହିତ ଅଧିନାୟକ ହିସାବରେ ପ୍ରଥମ ଶତକ ହାସଲ କରିଛନ୍ତି। ସେ ୧୧୫ଟି ବଲ ଖେଳି ଏହି ଶତକ ଯୋଡ଼ିଛନ୍ତି। ଏଥିରେ ସାମିଲ ଅଛି ୯ଟି ଚୌକା ଓ ଗୋଟିଏ ଛକା। ଏହି ଶତକ ସହିତ ଭାରତୀୟ ଖେଳାଳିଙ୍କ ତାଲିକରେ ରୋହିତ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ଶତକ ତାଲିକାରେ ସଚିନ ତେନ୍ଦୁଲକର(୪୯), ବିରାଟ କୋହଲି (୩୨) ଓ ସୌରଭ ଗାଙ୍ଗୁଲି(୨୨) କରିଛନ୍ତି।

ସମ୍ବନ୍ଧିତ ଖବର