ଭାରତ-ଶ୍ରୀଲଙ୍କା ଟେଷ୍ଟ: ଭାରତ ୧/୧୭୧, ଶତକରୁ ବଞ୍ଚିତ ହେଲେ ଶିଖର

କୋଲକାତା: ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧାଓ୍ଵନ ଶତକରୁ ବଞ୍ଚିତ ହୋଇଛନ୍ତି। ୯୪ ରନ୍‌ ସଂଗ୍ରହ କରିବା ପରେ ଧାଓ୍ଵନ, ଦାନୁଶ ଶନକାଙ୍କ ବଲ ନିରୋସାନ ଡିକଓ୍ଵାଲାଙ୍କୁ କ୍ୟାଚ ଦେଇଥିଲେ। ଲୋକେଶ ରାହୁଲ (୭୩) ଓ ଚେତେଶ୍ୱର ପୂଜାରା ପଡ଼ିଆରେ ଅଛନ୍ତି। ଭାରତ ୨ୟ ପାଳିରେ ୧୭୧ ରନ୍‌ ସଂଗ୍ରହ କରିବା ସହିତ ୪ର୍ଥ ଦିନର ଖେଳ ଶେଷ ହେବା ବେଳକୁ ୪୯ରନ୍‌ ଆଗରେ ରହିଛି। ଶ୍ରୀଲଙ୍କା ପ୍ରଥମ ପାଳିରେ ୨୯୪ରନ୍‌ ସଂଗ୍ରହ କରିଥିବା ବେଳେ ଭାରତକୁ ୧୨୨ ରନ୍‌ ଲିଡ ଦେଇଥିଲା।

କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ରଂଗନା ହେରାଥ(୬୭) ବଳରେ ଶ୍ରୀଲଙ୍କା ନିଜର ପ୍ରଥମ ପାଳିରେ ୨୯୪ ରନ୍‌ ସଂଗ୍ରହ କରିଛି। ହେରାଥ ୧୦୫ଟି ବଲ ଖେଳି ୯ଟି ଚୌକା ମାରିଥିଲେ। ହେରାଥଙ୍କ ବ୍ୟତୀତ ଥିରିମାନି ଓ ଆଞ୍ଜେଲା ମ୍ୟାଥୁଜ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ପକ୍ଷଣୁ ମହମ୍ମଦ ସାମି ଓ ଭୁବନେଶ୍ୱର କୁମାର ୪-୪ ଓ୍ଵିକେଟ ନେଇଥିଲେ। ଉମେଶ ଯାଦବଙ୍କୁ ୨ଟି ଓ୍ଵିକେଟ ମିଳିଥିଲା।

ପୂର୍ବରୁ ଟସ୍‌ ହାରି ପ୍ରଥମ ପାଳିରେ ଭାରତ ୫୯ ଓଭରରେ ୧୭୨ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇ ଥିଲା। ଟିମ ଇଣ୍ଡିଆ ପକ୍ଷରୁ ଚେତେଶ୍ୱର ପୂଜାରା ସର୍ବାଧିକ ୫୨ରନ, ଋଦ୍ଧିମାନ ସାହା ୨୯ରନ୍‌, ମୋହମ୍ମଦ ସାମି ୨୪ ରନ୍‌, ରବୀନ୍ଦ୍ର ଜାଦେଜା ୨୨ ରନ୍‌ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ତରଫରୁ ସୁରଙ୍ଗା ଲକମଲ ୪ଟି ଓ୍ଵିକେଟ ନେଇଥିଲେ। ପୂଜାରାଙ୍କ ବ୍ୟତୀତ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସଂଘର୍ଷ କରିଥିଲେ।

ସମ୍ବନ୍ଧିତ ଖବର