ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ୩/୧୩୮

କୋଲକାତା: ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ମ୍ୟାଚର ଶୃଙ୍ଖଳାର ପ୍ରଥମ ମୁକାବିଲା କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ୩ୟ ଦିନର ଖେଳ ଶନିବାର ଜାରି ରହିଛି। ଟିମ୍‌ ଇଣ୍ଡିଆ ପ୍ରଥମ ପାଳିରେ ୧୭୨ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଛି। ଏହା ପରେ ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କା ଭଲ ସ୍ଥିତିରେ ଅଛି।

ଭୁବନେଶ୍ୱର କୁମାରଙ୍କ ଦ୍ୱାରା ସଦିରା ସମରଓ୍ଵିକ୍ରମା (୨୩) ଓ ଦିମୁଥକରୁଣାରତ୍ନେ (୮) ଆଉଟ ହେବା ପରେ ଲାହିରୁ ଥିରୁମାନି(୫୧) ଉମେଶ ଯାଦବଙ୍କ ବଲ ବିରାଟ କୋହଲିଙ୍କୁ ଦେଇ ଆଉଟ ହୋଇଥିଲେ। ଆଞ୍ଜେଲୋ ମ୍ୟାଥୁସ (୫୦) ବ୍ୟାଟିଂ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଶ୍ରୀଲଙ୍କା ୩୭ ଓଭରରେ ୩ଟି ଓ୍ଵିକେଟ ହରାଇ ୧୩୮ରନ୍‌ ସଂଗ୍ରହ କରିଛି।

ପୂର୍ବରୁ ଟସ୍‌ ହାରି ପ୍ରଥମ ପାଳିରେ ଭାରତ ୫୯ ଓଭରରେ ୧୭୨ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇ ଥିଲା। ଟିମ ଇଣ୍ଡିଆ ପକ୍ଷରୁ ଚେତେଶ୍ୱର ପୂଜାରା ସର୍ବାଧିକ ୫୨ରନ, ଋଦ୍ଧିମାନ ସାହା ୨୯ରନ୍‌, ମୋହମ୍ମଦ ସାମି ୨୪ ରନ୍‌, ରବୀନ୍ଦ୍ର ଜାଦେଜା ୨୨ ରନ୍‌ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ତରଫରୁ ସୁରଙ୍ଗା ଲକମଲ ୪ଟି ଓ୍ଵିକେଟ ନେଇଥିଲେ। ପୂଜାରାଙ୍କ ବ୍ୟତୀତ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସଂଘର୍ଷ କରିଥିଲେ।

ସମ୍ବନ୍ଧିତ ଖବର