ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦:ଅନ୍‌ଲାଇନ୍‌ରେ ପ୍ରଥମ ଦିନ ୩୦୬୭ ଟିକେଟ ବିକ୍ରି

କଟକ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଡିସେମ୍ବର ୨୦ ତାରିଖରେ ଆରମ୍ଭ ହେବାକୁ ଥିବା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍‌ ପ୍ରତିଯୋଗିତା ପାଇଁ ସୋମବାରଠୁ ଅନ୍‌ଲାଇନ୍‌ରେ ଟିକେଟ ବିିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦିନରେ ମୋଟ ୯୩୧୦ରୁ ୩୦୬୭ ଟିକେଟ ବିକ୍ରି ହୋଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ୬୨୪୩ ଟିକେଟ ବଳକା ରହିଛି। ୨ନମ୍ବର ଗ୍ୟାଲେରୀର ୯୫୨, ୪ନମ୍ବର ଗ୍ୟାଲେରୀର ୯୩୫, ୬ ନମ୍ବର ଗ୍ୟାଲେରୀର ୧୦୭୩, ୭ ନମ୍ବର ଗ୍ୟାଲେରୀର ୨୩, ସ୍ପେଶାଲ ଏନ୍‌କ୍ଲୋଜୋର ଏ’ର ୫୭, ନିଉ ପାଭିଲିଅନ୍‌ ୧୩, ଏସି ବକ୍ସ ଗ୍ୟାଲେରୀ ୪, କର୍ପୋରେଟ୍‌ ବକ୍ସର ୧୦ ଟି ଟିକେଟ ବିକ୍ରି ହୋଇଛି। ଏସବୁ ଗ୍ୟାଲେରୀରେ ଆଉ ଯଥାକ୍ରମେ, ୧୦୪୮, ୧୦୬୫, ୪୨୭, ୨୯୭୭, ୪୪୩, ୩୭, ୫୬, ୧୯୦ ଟି ଟିକେଟ ବଳକା ରହିଛି। ଅନ୍‌ଲାଇନ୍‌ରେ ଟିକେଟ କିଣୁଥିବା ଦର୍ଶକମାନେ ଡିସେମ୍ବର ୧୮ରୁ ୨୦ ତାରିଖ ମଧ୍ୟରେ କେମ୍ବ୍ରିଜ୍‌ ସ୍କୁଲ୍‌ଠାରେ ଖୋଲାଯାଇଥିବା କାଉଣ୍ଟରରୁ ଟିକେଟ ସଂଗ୍ରହ କରିବେ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର