କେଏସ୍‌ଏୟୁ କପ୍‌ ଗେଟ୍‌ବଲ୍‌ ଲାଗି ଭାରତୀୟ ଦଳ

ଭୁବନେଶ୍ୱର: କେଏସ୍‌ଏୟୁ କପ୍‌ ଅନ୍ତର୍ଜାତୀୟ ଗେଟ୍‌ ବଲ୍‌ ପ୍ରତିଯୋଗିତା ଲାଗି ଶୁକ୍ରବାର ଭାରତ-‘ଏ’ ଏବଂ ‘ବି’ ଦଳ ଘୋଷିତ ହୋଇଛି। ଏହି ଦଳ ଭୁବନେଶ୍ୱର ବିମାନ ବନ୍ଦରରୁ ଶୁକ୍ରବାର ଗସ୍ତ କରିଛନ୍ତି। ଭାରତୀୟ ଗେଟ୍‌ ବଲ ସଙ୍ଘର ପ୍ରତିଷ୍ଠାତା ତଥା ଅଧକ୍ଷ ଦ୍ୱିପାୟନ ପଟ୍ଟନାୟକ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ଦଳରେ ୫ ଜଣ ଲେଖାଏଁ ଖେଳାଳି ରହିଛନ୍ତି। ଭାରତ-ଏ: ସତୀଶ ପୃଷ୍ଟି (ଅଧିନାୟକ), ରଞ୍ଜନ କୁମାର ନନ୍ଦ, ରଞ୍ଜନ କୁମାର ମିଶ୍ର, ରଞ୍ଜନ କୁମାର ପାତ୍ର ଏବଂ ବିଶ୍ୱ ରଞ୍ଜନ ମିଶ୍ର। ଭାରତ-ବି: ସଞ୍ଜୟ ପଟ୍ଟନାୟକ, ଅଭିଷେକ ମହାନ୍ତି, ନିରଞ୍ଜନ ମଙ୍ଗରାଜ, ହର ପ୍ରସାଦ ମହାପାତ୍ର ଏବଂ ସମରେନ୍ଦ୍ର ମହାରଣା।

ସମ୍ବନ୍ଧିତ ଖବର