ଭିଡିଓ ଦେଖନ୍ତୁ: ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମ୍ୟାଚ୍‌ରେ କୋହଲି କଲେ ଏମିତି ବିରାଟ ଭୁଲ୍‌

ବ୍ରିସ୍‌ବ୍ରେନ୍‌: ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲି ବିରାଟ ଭୁଲ୍‌ କରିଛନ୍ତି। ୩ ମ୍ୟାଚ୍‌ର ଟି-୨୦ ଶୃଙ୍ଖଳାରେ ପ୍ରଥମ ମୁକାବିଲାରେ ବୁଧବାର ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆର ଓପନ୍‌ର ବ୍ୟାଟିଂ କରିବାକୁ ଆସି ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏହାରି ମଧ୍ୟରେ ଅଧିନାୟକ ଆରୋନ ଫିଞ୍ଚଙ୍କ କ୍ୟାଚ୍‌କୁ କୋହଲି ହାତରୁ ଖସାଇ ଦେଇଥିଲେ।

ଚତୁର୍ଥ ଓଭର ଯଶପ୍ରୀତ ବୁମରା ବୋଲିଂ କରୁଥିବା ବେଳେ ଆରୋନ ସର୍ଟ ମାରିଥିଲେ। ବଲ ସିଧା ବିରାଟ କୋହଲିଙ୍କ ହାତକୁ ଯାଇଥିଲା। ଦର୍ଶକ ଭାବୁଥିଲେ ବୁମରାଙ୍କୁ ପ୍ରଥମ ଓ୍ଵିକେଟ ମିଳିଗଲା କିନ୍ତୁ କୋହଲି ଭୁଲ କରିଦେଲେ ଏବଂ ବଲଟି ହାତରୁ ଖସାଇ ଦେଇଥିଲେ।

ଏହି ସହଜ କ୍ୟାଚକୁ ଛାଡି ବିରାଟ ମଧ୍ୟ କ’ଣ କଲେ ଜାଣି ପାରିନ ଥିଲେ। ଫିଞ୍ଚ ସେତେବେଳକୁ ୬ ରନ୍‌ ସଂଗ୍ରହ କରି କ୍ରିଜରେ ଥିଲେ। ଶେଷରେ ସେ ୨୪ଟି ବଲ ଖେଳି ୨୭ ରନ ଯୋଡ଼ିବା ପରେ କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ। ଖଲିଲ ଅହମଦ ବ୍ୟାକଓ୍ଵାର୍ଡ ପଏଣ୍ଟରେ ଏହି କ୍ୟାଚ ଧରିଥିଲେ।

ଏହା ପୂର୍ବରୁ ବିରାଟ କୋହଲି ଦର୍ଶକ ଏବଂ ପ୍ରଶଂସକଙ୍କୁ ରୋମାଞ୍ଚିତ ଦେଖାଯାଇଥିଲେ। ସେ ପ୍ରଶଂସକଙ୍କୁ ଅଟୋଗ୍ରାଫ ଦେଇଥିଲେ।

ସମ୍ବନ୍ଧିତ ଖବର