ବିଜୟ ପାଇଁ ଭାରତକୁ ୨୩୧ ରନ୍‌ ଟାର୍ଗେଟ ଦେଲେ ନ୍ୟୁଜିଲାଣ୍ଡ ଟିମ୍‌

ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ: ଭୁବନେଶ୍ୱରଙ୍କୁ ୩ଟି, ଯୁଜବେନ୍ଦ୍ର-ବୁମରାଙ୍କୁ ୨ଟି ଲେଖାଏଁ ଓ୍ଵିକେଟ

ପୁନେ: ଭାରତକୁ ନ୍ୟୁଜିଲାଣ୍ଡ ତରଫରୁ ମ୍ୟାଚ ଜିତିବା ପାଇଁ ୨୩୧ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ବୁଧବାର ଟସ୍‌ ଜିଣି ପ୍ରଥମ ପାଳିରେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୨୩୦ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ୨୩୧ରନ୍‌ ବିଜୟ ପାଇଁ ଟାର୍ଗେଟ ମିଳିଛି। ଟିମ୍‌ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲାରେ ନ୍ୟୁଜିଲାଣ୍ଡ ଆରମ୍ଭରୁ ହିଁ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା।

ନ୍ୟୁଜିଲାଣ୍ଡ ୪୮.୫ଓଭରରେ ୨୨୦ ରନ୍‌ ଥିବା ବେଳେ ମିଚେଲ ସଣ୍ଟନର(୨୯) ବୁମରାଙ୍କ ବଲ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କେହଲିଙ୍କୁ କ୍ୟାଚ ଦେଇଥିଲେ। ଭାରତର ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଅଷ୍ଟମ ଶିକାର ଆଦାମ ମିଲେନ(୦) ହୋଇଥିବା ବେଳେ ୭ମ ଶିକାର ହୋଇଥିଲେ କୋଲିନ୍‌ ଗ୍ରାଣ୍ଡ ହୋମ୍‌(୪୧)। ସେ ଯୁଜବେନ୍ଦ୍ର ଚହଲଙ୍କ ବଲ ଯସପ୍ରିତ ବୁମରାଙ୍କୁ କ୍ୟାଚ ଦେଇଥିଲେ। ନ୍ୟୁଜିଲାଣ୍ଡ ୪୬.୩ ଓଭରରେ ୨୦୦ ରନ୍‌ ପୂରା କରିଥିଲା। ହେନରୀ ନିକୋଲ(୪୨)ରନ୍‌ ସଂଗ୍ରହ କରି ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ ହୋଇଥିବା ବେଳେ ଟମ୍‌ ଲାଥାମ(୩୮) ଭାରତର ୫ମ ଶିକାର ହୋଇଥିଲେ। ସେ ୬୨ଟି ବଲ ଖେଳି ଅକ୍ଷର ପଟେଲଙ୍କ ଦ୍ୱାରା ବୋଲ୍‌ଡ ହୋଇ ପାଭଲିୟନକୁ ଫେରିଥିଲେ। ଭାରତର ୪ର୍ଥ ଶିକାର ହୋଇଥିଲେ ରସ ଟେଲର। ସେ ୩୩ଟି ବଲ ଖେଳି ୨୧ ରନ୍‌ ସଂଗ୍ରହ କରିବା ପରେ ହାର୍ଦିକ ପାଣ୍ଡ୍ୟାଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ।

ଭୁବନେଶ୍ୱର କୁମାରଙ୍କ ବଲ ଖେଳି ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ ଓପନର ଗୁପଟିଲ। ଭୁବନେଶ୍ୱର କୁମାରଙ୍କ ଦ୍ୱାରା କୋଲିନ ମୁନରୋ ବୋଲ୍‌ଡ ହୋଇଥିବା ବେଳେ ଓ୍ଵିଲିୟମସନ୍‌ଙ୍କୁ ବୋଲ୍‌ଡ କରିଥିଲେ ଯଶପ୍ରିତ ବୁମରା।

ନ୍ୟୁଜିଲାଣ୍ଡ ପୂର୍ବରୁ ୭ ଓଭରରେ ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇ ସାରିଥିଲା। ଦଳର ପ୍ରଥମ ଓ୍ଵିକେଟ ୨୦ ରନ୍‌ରେ ମାର୍ଟିନ ଗୁପଟିଲ(୧୧), ଦ୍ୱିତୀୟ ଓ୍ଵିକେଟ ୨୫ ରନ୍‌ରେ ଅଧିନାୟକ କେନ ଓ୍ଵିଲିୟମସନ୍‌(୩) ଓ ୩ୟ ଓ୍ଵିକେଟ ୨୭ରନ୍‌ରେ କୋଲିନ ମୁନରୋ (୧୦), ୫୮ ରନ୍‌ରେ ୪ର୍ଥ ଓ୍ଵିକେଟ(୧୬ଓଭର) ରସ ଟେଲର, ୧୧୮ ରନ୍‌ରେ ୫ମ ଓ୍ଵିକେଟ (୨୯.୧ଓଭର), ୧୬୫ ରନ୍‌ରେ ୬ଷ୍ଠ ଓ୍ଵିକେଟ(୩୭.୫ଓଭର), ୭ମ ଓ ୮ମ ଓ୍ଵିକେଟ ୧୮୮ରନ୍‌ରେ(୪୩.୧ ଓ ୪୩.୨ଓଭର) ଓ ୨୨୦ ରନ୍‌ରେ ୯ମ ଓ୍ଵିକେଟରେ ମିଚେଲ ସଣ୍ଟନର ଆଉଟ ହୋଇ ପାଭଲିୟନ ଫେରିଥିଲେ।

ସମ୍ବନ୍ଧିତ ଖବର