Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ: ରୋହିତ ଫେରିଲେ ପାଭଲିୟନ, ଭାରତ ୧/୫୫

0 135

ପୁନେ: ଦ୍ୱିତୀୟ ପାଳିରେ ୨୩୧ ରନ୍‌ ବିଜୟ ଲକ୍ଷ୍ୟ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଓପନର ରୋହିତ ଶର୍ମା(୭)ଙ୍କୁ ହରାଇଛି। ଭାରତ ୪.୩ଓଭରରେ ୨୨ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଛି। ଟିମ ସାଉଦୀଙ୍କ ବଲ କୋଲିନ ମୋନେରୋଙ୍କୁ କ୍ୟାଚ ଦେଇଥିଲେ ରୋହିତ ଶର୍ମା। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୮.୨ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୫୫ ରନ୍‌ ସଂଗ୍ରହ କରିଥିବା ବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଓପନର ଶିଖର ଧାଓ୍ଵନ କ୍ରିଜରେ ଅଛନ୍ତି।

ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ବୁଧବାର ଟସ୍‌ ଜିଣି ପ୍ରଥମ ପାଳିରେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୨୩୦ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ୨୩୧ରନ୍‌ ବିଜୟ ପାଇଁ ଟାର୍ଗେଟ ମିଳିଛି। ଟିମ୍‌ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲାରେ ନ୍ୟୁଜିଲାଣ୍ଡ ଆରମ୍ଭରୁ ହିଁ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା।

ନ୍ୟୁଜିଲାଣ୍ଡ ୪୮.୫ଓଭରରେ ୨୨୦ ରନ୍‌ ଥିବା ବେଳେ ମିଚେଲ ସଣ୍ଟନର(୨୯) ବୁମରାଙ୍କ ବଲ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କେହଲିଙ୍କୁ କ୍ୟାଚ ଦେଇଥିଲେ। ଭାରତର ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଅଷ୍ଟମ ଶିକାର ଆଦାମ ମିଲେନ(୦) ହୋଇଥିବା ବେଳେ ୭ମ ଶିକାର ହୋଇଥିଲେ କୋଲିନ୍‌ ଗ୍ରାଣ୍ଡ ହୋମ୍‌(୪୧)। ସେ ଯୁଜବେନ୍ଦ୍ର ଚହଲଙ୍କ ବଲ ଯସପ୍ରିତ ବୁମରାଙ୍କୁ କ୍ୟାଚ ଦେଇଥିଲେ। ନ୍ୟୁଜିଲାଣ୍ଡ ୪୬.୩ ଓଭରରେ ୨୦୦ ରନ୍‌ ପୂରା କରିଥିଲା। ହେନରୀ ନିକୋଲ(୪୨)ରନ୍‌ ସଂଗ୍ରହ କରି ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ ହୋଇଥିବା ବେଳେ ଟମ୍‌ ଲାଥାମ(୩୮) ଭାରତର ୫ମ ଶିକାର ହୋଇଥିଲେ। ସେ ୬୨ଟି ବଲ ଖେଳି ଅକ୍ଷର ପଟେଲଙ୍କ ଦ୍ୱାରା ବୋଲ୍‌ଡ ହୋଇ ପାଭଲିୟନକୁ ଫେରିଥିଲେ। ଭାରତର ୪ର୍ଥ ଶିକାର ହୋଇଥିଲେ ରସ ଟେଲର। ସେ ୩୩ଟି ବଲ ଖେଳି ୨୧ ରନ୍‌ ସଂଗ୍ରହ କରିବା ପରେ ହାର୍ଦିକ ପାଣ୍ଡ୍ୟାଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ।

ଭୁବନେଶ୍ୱର କୁମାରଙ୍କ ବଲ ଖେଳି ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ ଓପନର ଗୁପଟିଲ। ଭୁବନେଶ୍ୱର କୁମାରଙ୍କ ଦ୍ୱାରା କୋଲିନ ମୁନରୋ ବୋଲ୍‌ଡ ହୋଇଥିବା ବେଳେ ଓ୍ଵିଲିୟମସନ୍‌ଙ୍କୁ ବୋଲ୍‌ଡ କରିଥିଲେ ଯଶପ୍ରିତ ବୁମରା।

ନ୍ୟୁଜିଲାଣ୍ଡ ପୂର୍ବରୁ ୭ ଓଭରରେ ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇ ସାରିଥିଲା। ଦଳର ପ୍ରଥମ ଓ୍ଵିକେଟ ୨୦ ରନ୍‌ରେ ମାର୍ଟିନ ଗୁପଟିଲ(୧୧), ଦ୍ୱିତୀୟ ଓ୍ଵିକେଟ ୨୫ ରନ୍‌ରେ ଅଧିନାୟକ କେନ ଓ୍ଵିଲିୟମସନ୍‌(୩) ଓ ୩ୟ ଓ୍ଵିକେଟ ୨୭ରନ୍‌ରେ କୋଲିନ ମୁନରୋ (୧୦), ୫୮ ରନ୍‌ରେ ୪ର୍ଥ ଓ୍ଵିକେଟ(୧୬ଓଭର) ରସ ଟେଲର, ୧୧୮ ରନ୍‌ରେ ୫ମ ଓ୍ଵିକେଟ (୨୯.୧ଓଭର), ୧୬୫ ରନ୍‌ରେ ୬ଷ୍ଠ ଓ୍ଵିକେଟ(୩୭.୫ଓଭର), ୭ମ ଓ ୮ମ ଓ୍ଵିକେଟ ୧୮୮ରନ୍‌ରେ(୪୩.୧ ଓ ୪୩.୨ଓଭର) ଓ ୨୨୦ ରନ୍‌ରେ ୯ମ ଓ୍ଵିକେଟରେ ମିଚେଲ ସଣ୍ଟନର ଆଉଟ ହୋଇ ପାଭଲିୟନ ଫେରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

3 + 20 =