ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ: ଧାଓ୍ଵନଙ୍କ ୨୨ତମ ଅର୍ଦ୍ଧଶତକ, ଭାରତ ୨/୧୦୮

ପୁନେ: ଟିମ୍‌ ଇଣ୍ଡିଆର ଓପନର ଶିଖର ଧାଓ୍ଵନ କ୍ୟାରିୟର ୨୨ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଧାଓ୍ଵନ ୬୩ଟି ବଲ ଖେଲି ଏହି ସଫଳତା ହାସଲ କରିଛନ୍ତି। ଦ୍ୱିତୀୟ ପାଳିରେ ୨୩୧ ରନ୍‌ ବିଜୟ ଲକ୍ଷ୍ୟ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଓପନର ରୋହିତ ଶର୍ମା(୭)ଙ୍କୁ ହରାଇବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୨୯)ଙ୍କୁ ମଧ୍ୟ ହରାଇଥିଲା। ଭାରତ ୪.୩ଓଭରରେ ୨୨ରନ୍‌ରେ ପ୍ରଥମ ଓ୍ଵିକେଟ, ୧୩.୫ଓଭରରେ ୭୯ ରନ୍‌ରେ ୨ୟ ଓ୍ଵିକେଟ ହରାଇ ଥିଲା। ଟିମ ସାଉଦୀଙ୍କ ବଲ କୋଲିନ ମୋନେରୋଙ୍କୁ କ୍ୟାଚ ଦେଇଥିଲେ ରୋହିତ ଶର୍ମା। ସେହିଭଳି କୋହଲି, କୋଲିନଙ୍କ ବଲ ଲାଥାମଙ୍କୁ କ୍ୟାଚ ଦେଇଥିଲେ। ଭାରତ ୨୦ ଓଭରରେ ୧୦୦ ରନ୍‌ ସଂଗ୍ରହ କରିଥିଲା। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୨୨.୨ ଓଭରରେ ୧୦୮ ରନ୍‌ ସଂଗ୍ରହ କରି ବ୍ୟାଟିଂ ଜାରି ରଖିଛି।

ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ବୁଧବାର ଟସ୍‌ ଜିଣି ପ୍ରଥମ ପାଳିରେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୨୩୦ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ୨୩୧ରନ୍‌ ବିଜୟ ପାଇଁ ଟାର୍ଗେଟ ମିଳିଛି। ଟିମ୍‌ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲାରେ ନ୍ୟୁଜିଲାଣ୍ଡ ଆରମ୍ଭରୁ ହିଁ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା।

ସମ୍ବନ୍ଧିତ ଖବର