ନ୍ୟୁଜିଲାଣ୍ଡ୍‌ ଟ୍ବେଣ୍ଟି-୨୦ ଦଳରେ ୨ ନୂଆ ମୁହଁ

ୱେଲିଂଟନ୍‌ : ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨ ମ୍ୟାଚ୍‌ ପୂର୍ବରୁ ହାରି ସାରିଥିବା ଘରୋଇ ନ୍ୟୁଜିଲାଣ୍ଡ୍‌ ଦଳ ଆଗାମୀ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଦଳ ଘୋଷଣା କରିଛି। ଭାରତ ବିପକ୍ଷ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ପାଇଁ ଘରୋଇ ଦଳ ୨ ନୂଆ ମୁହଁ ସାମିଲ କରିଛି। ଏହି ଦୁଇ ଜଣ ହେଲେ ଅଲ୍‌ରାଉଣ୍ଡର ଡାରିଲ୍‌ ମିଚେଲ ଏବଂ ଦ୍ରୁତ ବୋଲର ବ୍ଲେୟାର ଟିକ୍‌ନର। ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଆହତ ଜିମ୍ମି ନିସାମ୍‌ଙ୍କ ବଦଳ ଖେଳାଳା ରହିଥିବା ଡଗ୍‌ ବ୍ରାସ୍‌ୱେଲ୍‌ ଭାରତ ବିପକ୍ଷ ଶୃଙ୍ଖଳା ପାଇଁ ଘୋଷିତ ୧୪ ଜଣିଆ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ଏହି ଶୃଙ୍ଖଳାରେ କେନ୍‌ ୱିଲିୟମ୍‌ସନ୍‌ ନ୍ୟୁଜିଲାଣ୍ଡ୍‌ ଦଳର ନେତୃତ୍ବ ନେଉଥିଲା ବେଳେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ବ ନେବେ। ଉଭୟ ଭାରତ ପୁରୁଷ ଦଳ ସହ ମହିଳା ଦଳ ମଧ୍ୟ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ସମାନ ପିଚ୍‌ରେ ଖେଳିବେ। ରୋହିତ ଶର୍ମାଙ୍କ ଦଳ ଫେବ୍ରୁଆରି ୬ ତାରିଖ ଦିନ ୱେଲିଂଟନ୍‌ରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳିବ।

ନ୍ୟୁଜିଲାଣ୍ଡ୍‌ ଦଳ: କେନ୍‌ ୱିଲିୟମ୍‌ସନ୍‌ (ଅଧିନାୟକ), ଡଗ୍‌ ବ୍ରାସୱେଲ୍‌, କଲିନ୍‌ ଡି ଗ୍ରାଣ୍ଡ୍‌ହୋମେ, ଲୋକି ଫର୍ଗୁସନ୍‌ (ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ), ମାର୍ଟିନ୍‌ ଗପ୍ଟିଲ, ସ୍କଟ୍‌ କୁଗେଲେଜିନ୍‌, ଡାରିଲ୍‌ ମିଚେଲ, କଲିନ୍‌ ମୁନ୍‌ରୋ, ମିଚେଲ ସାଣ୍ଟ୍‌ନର୍, ଟିମ୍‌ ସିଫର୍ଟ (ୱିକେଟ୍‌ରକ୍ଷକ), ଈଶ୍‌ ସୋଢ଼ି, ଟିମ୍‌ ସାଉଦି, ରସ୍‌ ଟେଲର, ବ୍ଲେୟାର ଟିକ୍‌ନର୍‌ (ତୃତୀୟ ମ୍ୟାଚ୍‌ ପାଇଁ)।

ସମ୍ବନ୍ଧିତ ଖବର