ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ବର୍ଷା ଯୋଗୁଁ ଟସ୍‌ରେ ବିଳମ୍ବ

ଧର୍ମଶାଳା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଠାରୁ ୩ ମ୍ୟାଚର ଟି-୨୦ ଶୃଙ୍ଖଳା ଖେଳାଯାଉଛି। ଶୃଙ୍ଖଳାର ପ୍ରଥମ ମୁକାବିଲା ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ ସଂଘ (ଏଚପିସିଏ) ଷ୍ଟାଡିୟମରେ ହେଉଛି। ନିକଟରେ ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତ ଏକତରଫା ବିଜୟ ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ଧାରା ଜାରି ରଖିବାକୁ ରଣନୀତି ପ୍ରସ୍ତୁତ କରିଛି। ମ୍ୟାଚ୍‌ ରାତି ୭ଟାରୁ ଆରମ୍ଭ ହେବାକୁ ଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ବର୍ଷା ଯୋଗୁଁ ଟସ୍‌ ପଡ଼ିପାରି ନାହିଁ।

ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାରେ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ରନ୍‌ କରିଥିଲେ। ସେହିଭଳି ବୋଲରଙ୍କ ମଧ୍ୟରେ ଯୁବ ବୋଲର ନଭଦୀପ ସଇନି ପ୍ରଦାର୍ପଣ ମ୍ୟାଚରେ ଭଲ ପଦ୍ରର୍ଶନ କରିଥିଲେ।

Zee News

ଭାରତ ଏକାଦଶ: ରୋହିତ ଶର୍ମା, ଶିଖର ଧାୱନ/କେଏଲ୍ ରହୁଲ, ବିରାଟ‌ କୋହଲି, ମନୀଷ ପାଣ୍ଡେ, ଋଷବ ପନ୍ତ୍‌ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା/ରାହୁଲ ଚହର, ୱାସିଂଟନ୍ ସୁନ୍ଦର, ଦୀପକ ଚହର, ନଭଦୀପ ସଇନି।

ଦକ୍ଷିଣ ଆଫ୍ରିକା ଏକାଦଶ: କ୍ବିଣ୍ଟନ୍ ଡି’କକ୍ (ଅଧିନାୟକ/ୱିକେଟରକ୍ଷକ), ରିଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା, ରାସି ଭାନ୍ ଡେର୍ ଦସେନ୍‌, ଡେଭିଡ୍‌ ମିଲର, ଆନ୍ଦିଲ ଫେଲୁକ୍ବାୟୋ, ଡ୍ବାଇନ୍ ପ୍ରିଟୋରିୟସ୍‌, ବର୍ନ ଫର୍ତୁନ/ଆନରିଚ୍‌ ନର୍ଜେ, କାଗିସୋ ରବାଦା, ଜୁନିଆର୍ ଡାଲା, ତାବ୍ରାଇଜ୍‌ ସାସମୀ।

ସମ୍ବନ୍ଧିତ ଖବର