ପ୍ରଥମ ଟି-୨୦: ଟସ୍ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ୱେଷ୍ଟଇଣ୍ଡିଜର ବ୍ୟାଟିଂ ଜାରି
ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ଟିମ୍ ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ୱେଷ୍ଟଇଣ୍ଡିଜ ଟିମ୍ ବ୍ୟାଟିଂ କରିବାକୁ ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମକୁ ଓହ୍ଲାଇଛି। ରିପୋର୍ଟ ଲେଖାଯିବା ବେଳକୁ ଲେଣ୍ଡଲ ସିମ୍ମୋନ୍ସ ଓ ଇଭିନ ଲୁଇସ୍ ବ୍ୟାଟିଂ କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅଧିନାୟକ ବିରାଟ କୋହଲିଙ୍କ ଟିମ ଏହି ମୁକାବିଲା ପାଇଁ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଛି। ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଗତ ୨ ବର୍ଷ ମଧ୍ୟରେ ଗୋଟିଏ ବି ମ୍ୟାଚ୍ରେ ହାରି ନାହିଁ। ଟିମ୍ ଏହି ବିଜୟ ଅଭିଯାନ ବଜାୟ ରଖିବାକୁ ସମସ୍ତ ପ୍ରକାରର ଉଦ୍ୟମ କରୁଛି।
ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୧୫ତମ ମ୍ୟାଚ ଖେଳାଯାଉଛି। ଭାରତ ହାଇଦ୍ରାବାଦ୍ ପଡ଼ିଆରେ ୮ଟି ମ୍ୟାଚ୍ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୫ଟି ମ୍ୟାଚ୍ରେ ବିଜୟୀ ହୋଇଛି। ଭାରତ ବିଗତ ୨ ବର୍ଷ ମଧ୍ୟରେ ୱେଷ୍ଟଇଣ୍ଡିଜ୍କୁ କ୍ରମାଗତ ଭାବେ ୬ଟି ମ୍ୟାଚ୍ରେ ପରାସ୍ତ କରିଛି।
ଭାରତୀୟ ଟିମ୍: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେ ଏଲ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ, ଶିବମ ଦୁବେ, ଓ୍ଵାସିଂଟନ ସୁନ୍ଦର, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଦୀପକ ଚହର, ଭୁବନେଶ୍ୱର କୁମାର।
ୱେଷ୍ଟଇଣ୍ଡିଜ ଟିମ୍: କିରଣ ପୋଲାର୍ଡ (ଅଧିନାୟକ), ଶେଲଡନ କ୍ରାଟେଲ, ଶିମରନ ହେଟମେୟାର, ଜେସନ ହୋଲ୍ଡର, ବ୍ରେଣ୍ଡନ କିଙ୍ଗ, ଏଭିନ ଲୁଇସ, ଖେରି ପିୟରେ, ଦିନେଶ ରାମଦିନ, ଲେଣ୍ଡଲ ସିମସନ, କେସରିକ ଓ୍ଵିଲିୟମ, ହେଡନ ଓ୍ଵାଲ୍ସ ଜୁନିୟର।