ଟେଷ୍ଟ ମ୍ୟାଚରେ ଶୀର୍ଷ କ୍ରମର ଖେଳାଳିଙ୍କୁ ନେଇ କୋହଲିଙ୍କ ଚିନ୍ତା, ଏହି ଖେଳାଳିଙ୍କ ଠାରୁ ରଖିଲେ ଆଶା

ରାଜକୋଟ: ଭାରତୀୟ ଅଧିନାୟକ ବିରାଟ କୋହଲି ବୁଧବାର କହିଛନ୍ତି, ଟେଷ୍ଟ ଟିମରେ ଶ୍ରେଷ୍ଠ କ୍ରମର ବ୍ୟାଟସ୍‌ମ୍ୟାନ୍‌ଙ୍କୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ପୃଥ୍ଵୀ ସ ଭଳି ଯୁବ ପ୍ରତିଭାଙ୍କୁ ନେଇ ଆତ୍ମବିଶ୍ୱାସ କରିଛନ୍ତି। ପୃଥ୍ଵୀ ସଙ୍କୁ ଏହି ଟେଷ୍ଟରେ ସୁଯୋଗ ଦିଆଯାଇଛି। କୋହଲି କହିଛନ୍ତି, ୧୮ ବର୍ଷିଅ ପୃଥ୍ଵୀଙ୍କୁ ନେଇ ଟିମ୍‌ ଇଣ୍ଡିଆ ବହୁ ଆଶା କରୁଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ତରଫରୁ ପୃଥ୍ଵୀ ପଦାର୍ପଣ କରିବେ। କେଏଲ ରାହୁଲଙ୍କ ସହିତ ସେ ଭାରତ ପାଇଁ ଇନିଂସ ଆରମ୍ଭ କରିପାରନ୍ତି।

କୋହଲି ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି, ଆମେ ଶୀର୍ଷ କ୍ରମରେ ପରିବର୍ତ୍ତନ କରିଛୁ। ଯୁବ ଖେଳାଳିଙ୍କୁ ଶ୍ରୀର୍ଷ କ୍ରମରେ ସୁଯୋଗ ମିଳିବା ଦରକାର। କାରଣ ସୁଯୋଗ ମିଳିଲେ, ସେମାନେ ଭଲ ପ୍ରଦର୍ଶନ କରିପାରିବେ। ସେମାନେ ଯେଉଁ କାମ କରୁଛନ୍ତି, ସେଥିରେ ଭରସା ରଖାଯିବା ଦରକାର।

କୋହଲି କହିଛନ୍ତି ନିମ୍ନ ଶ୍ରେଣୀର ଖେଳାଳିଙ୍କୁ ନେଇ କୌଣସି ଚିନ୍ତା କରାଯାଉ ନାହିଁ। କାରଣ ଏହି ଶ୍ରେଣୀର ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଋଷଭ ପନ୍ଥ ନୂଆ ଆସିଛନ୍ତି କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଦେଜା ଘରୋଇ ପିଚରେ ଭଲ ପ୍ରଦର୍ଶନ କରିବେ।

ସମ୍ବନ୍ଧିତ ଖବର