ଭାରତ ଆସିବେ ଟାଇସନ୍‌

ମୁମ୍ବାଇ,: ପ୍ରସିଦ୍ଧ ମୁଷ୍ଟିଯୁଦ୍ଧ ତାରକା ତଥା ପୂର୍ବତନ ହେଭିେଓ୍ଵଟ୍‌ ଚାମ୍ପିଅନ୍‌ ମାଇକ୍‌ ଟାଇସନ୍‌ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ। ଏହି ବିବାଦୀୟ ଆମେରିକୀୟ ମୁଷ୍ଟିଯୋଦ୍ଧା ଚଳିତ ମାସ ୨୯ ତାରିଖରେ ମୁମ୍ବାଇ ଆସି ସେଠାରେ ଆୟୋଜିତ ହେଉଥିବା କୁମିତେ-୧ ଲିଗ୍‌ ପ୍ରତିଯୋଗିତାରେ ଯୋଗଦେବେ। ବିଶ୍ୱ କିକ୍‌ ବକ୍ସିଂ ମହାସଂଘ ଏବଂ ସର୍ବ ଭାରତୀୟ ମିକ୍ସଡ୍‌ ମାର୍ସାଲ ଆର୍ଟସ୍‌ ମହାସଂଘର ମିଳିତ ପ୍ରୟାସରେ ଆୟୋଜିତ ହେଉଥିବା କୁମିତେ-୧ ଲିଗ୍‌ରେ ଟାଇସନ୍‌ ମୁଖ୍ୟ ଆକର୍ଷଣ ହେବେ। ସେ ଏଥିରେ ମାର୍ଗଦର୍ଶକର ଦାୟିତ୍ୱ ତୁଲାଇବେ। ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ଲିଗ୍‌ରେ ବିଭିନ୍ନ ଦେଶର ସାମରିକ କଳା ଖେଳାଳିଙ୍କୁ ନେଇ ୮ଟି ଦଳ ଅଂଶ ଗ୍ରହଣ କରିବେ। ପ୍ରତ୍ୟେକ ଦଳରେ ୯ ଜଣ ଖେଳାଳି ରହିବେ। ଏହାକୁ ମିକ୍ସଡ ମାର୍ସାଲ ଆର୍ଟର ବିଶ୍ୱକପ୍‌ ଭାବେ ବିବେଚନା କରାଯାଉଛି।

ସମ୍ବନ୍ଧିତ ଖବର