ତୀରନ୍ଦାଜୀ ବିଶ୍ୱକପ୍‌ରେ ଭାରତକୁ ରୌପ୍ୟ

ମେକ୍ସିକୋ ସିଟି: ଭାରତୀୟ ମହିଳା ଦଳ ଏଠାରେ ଚାଲିଥିବା ତିରନ୍ଦାଜୀ ବିଶ୍ୱକପ୍‌ କମ୍ପାଉଣ୍ଡ୍‌ ବର୍ଗରେ ରୌପ୍ୟ ପଦକ କରାୟତ କରିଛି। ରବିବାର ଫାଇନାଲ୍‌ରେ ତ୍ରିଷା ଦେବ, ଲିଲି ଚାନୁ ପାଓନାମ୍‌ ଓ ଜ୍ୟୋତି ସୁରେଖା ଭେନାମ୍‌ଙ୍କୁ ନେଇ ଗଠିତ ଭାରତୀୟ ଦଳ ୨୨୮-୨୩୪ରେ କଲମ୍ବିଆଠୁ ହାରିଯାଇଥିଲା। ଅନ୍ୟପକ୍ଷରେ କୋରିଆ ୨୩୫-୨୨୭ରେ ଜର୍ମାନିକୁ ହରାଇ କାଂସ୍ୟ ପଦକ ଜିତିଥିଲା। ପୂର୍ବରୁ ଶୁକ୍ରବାର ସେମିଫାଇନାଲ୍‌ରେ ଭାରତୀୟ ମହିଳା ଦଳ ୨୩୨-୨୨୭ରେ ଜର୍ମାନିକୁ ପରାସ୍ତ କରି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା। ଭାରତର ଏହର ବିଶ୍ୱ ପ୍ରତିଯୋଗିତାରେ ପଞ୍ଚମ ପଦକ। କିନ୍ତୁ କମ୍ପାଉଣ୍ଡ ଦଳଗତରେ ଏହା ପ୍ରଥମ ପଦକ।

ସମ୍ବନ୍ଧିତ ଖବର