ନୂଆଦିଲ୍ଲୀ: ଓଡ଼ିଶା ହକି ପୁରୁଷ ବିଶ୍ୱକପ୍-୨୦୧୮ ସଫଳତାର ସହିତ ଆୟୋଜନ ହେବା ପରେ ଭାରତରେ ପୁଣି ଥରେ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ। ଏହି ବିଶ୍ୱକପ୍ ୨୦୨୩ ଜାନୁଆରି ୧୩ରୁ ଆରମ୍ଭ ହେବ। ଜାନୁଆରି ୨୯ରେ ଫାଇନାଲ ମ୍ୟାଚ୍ ଖେଳାଯିବ।
THIS JUST IN: After #HWC2018's resounding success, India win the hosting rights for the 2023 Hockey Men's World Cup, in 🇮🇳's 75th Independence year!
Read more: https://t.co/vemee37J8l#IndiaKaGamepic.twitter.com/ymjgxGwVmy
— Hockey India (@TheHockeyIndia) November 8, 2019
ଭାରତ ସ୍ୱାଧୀନ ହେବା ପରେ ୧୯୭୧ ପରଠାରୁ ୪ର୍ଥ ଥର ପାଇଁ ହକି ବିଶ୍ୱକପ୍ ଆୟୋଜନ ହେବ। ହକି ବିଶ୍ୱକପ ଆୟୋଜନ ପାଇଁ ଭାରତ ସମେତ ୩ଟି ଦେଶ ଅବେଦନ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଯେ, ଭାରତ ୨୦୨୨ରେ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ହକି ଇଣ୍ଡିଆର ନେତୃତ୍ୱରେ ୨୦୨୩ରେ ବିଶ୍ୱକପ୍ର ଆୟୋଜନ କରୁଛି।
ଗତ ବର୍ଷ ଭାରତ ୧୪ତମ ସଂସ୍କରଣର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିଲା। ଭାରତରେ ଏଯାଏଁ ୩ଟି ପୁରୁଷ ହକି ବିଶ୍ୱକପ୍ ଖେଳାଯାଇଛି। ମୁମ୍ବାଇରେ ୧୯୮୨, ନୂଆଦିଲ୍ଲୀରେ ୨୦୧୦ ଓ ଭୁବନେଶ୍ୱରରେ ୨୦୧୮ରେ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହୋଇଛି।