ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ମହିଳା ୪x୪୦୦ ମିଟର ରିଲେ ଦୌଡରେ ଭାରତୀୟ ମହିଳା ଦଳକୁ ସ୍ୱର୍ଣ୍ଣ ପଦକ

ଜାକାର୍ତ୍ତା: ଆଜି ଏସୀୟ କ୍ରୀଡାରେ ଭାରତକୁ ସ୍ୱର୍ଣ୍ଣିମ ସଫଳତା ମିଶିଛି । ୧୫ ଶହ ମିଟର ଦୌଡରେ ଜିନସନ ଜନସନ ସ୍ୱର୍ଣ୍ଣ ଜିତିବା ପରେ ଆଉ ଏକ ସୁନା ମିଳିଛି । ତାହା ହେଉଛି ୪x୪୦୦ ମିଟର ରିଲେ ଦୌଡରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ଏହା ସହିତ ଚଳିତ ଏସୀୟ କ୍ରୀଡାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୩ରେ ପହଞ୍ଚିଛି । ଏହା ମଧ୍ୟ ଭାରତୀୟ ଆଥଲେଟିକ ଟିମର ୭ମ ସ୍ୱର୍ଣ୍ଣ । ଏହା ପୂର୍ବରୁ ଭାରତର ଜିନସନ ଜନସନ ୧୫୦୦ ମିଟର ଦୌଡରେ ସ୍ୱର୍ଣ୍ଣ ଜିତିଛନ୍ତି । ସେହିପରି ମହିଳା ୧୫୦୦ ମିଟରରେ ଭାରତର ପିୟୁ ଚିତ୍ରାକାଂସ୍ୟ ପଦକ ଜିତିଛନ୍ତି । ମହିଳା ଡିସକସରେ ଭାରତର ସୀମା ପୂନିଆ କାଂସ୍ୟ ପଦକ ଜିତିଛନ୍ତି ।

ସମ୍ବନ୍ଧିତ ଖବର