ମହିଳା କ୍ରିକେଟ: ଶେଷ ଓଭରରେ ୧୩ ରନ୍‌, ୨ ରନ୍‌ରେ ହାରିଲା ଭାରତ, ଶୃଙ୍ଖଳା ବି ହାତରୁ ଗଲା

ହାମିଲଟନ୍‌: ଭାରତୀୟ ମହିଳା କ୍ରିକେଟ ଟିମ୍‌ ରବିବାର ଏକ ରୋମାଂଚକ ମୁକାବିଲାରେ ନ୍ୟୁଜିଲାଣ୍ଡ ଠାରୁ ୨ ରନ୍‌ରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୬୧ ରନ୍‌ କରିବା ପରେ ଭାରତକୁ ୧୬୨ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ଶେଷ ଓଭରରେ ବିଜୟ ପାଇଁ ଭାରତକୁ ୧୬ ରନ୍‌ ଦରକାର ଥିଲା। କ୍ରିଜ୍‌ରେ ମିତାଲି ରାଜ୍‌ ଏବଂ ଦୀପ୍ତି ଶର୍ମା ଥିଲେ। ଉଭୟ ଖେଳାଳି ଶେଷ ଓଭରରେ ୧୩ ରନ୍‌ ହିଁ ଯୋଡ଼ିପାରିଥିଲେ। ଫଳରେ ଭାରତ ବିଜୟ ନିକଟତର ହୋଇ ଶେଷରେ ହାରି ଯାଇଥିଲା।

ଲକ୍ଷ୍ୟ ପଛରେ ଗୋଡେଇ ଭାରତୀୟ ଟିମ୍‌ ଆରମ୍ଭରୁ ଖରାପ ଖେଳିଥିଲା। ଓପନର ପ୍ରିୟା ପୁନିଆ ୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ଦ୍ୱିତୀୟ ଓପନର ସ୍ମୃତି ମନ୍ଧାନା (୮୬) ଓ ଜେମିମା ରୋଡ୍ରିଗେଜ୍‌ (୨୧) ଟିମ୍‌ର ଦାୟିତ୍ୱ ନେଇଥିଲେ। ଅଧିନାୟିକା ହରମନପ୍ରୀତ କୌର ୨ ରନ୍‌ରେ ଆଉଟ୍‌ ହୋଇଥିଲେ। ପରେ ମନ୍ଧାନା ମଧ୍ୟ ପାଭଲିଅନ୍‌ ଫେରିଥିଲେ।

ମିତାଲି ରାଜ (୨୪) ଏବଂ ଦୀପ୍ତି ଶର୍ମା (୨୧) ଟିମକୁ ବିଜୟ ନିକଟତର ପହଂଚାଇଥିଲେ। ଶେଷ ଓଭରରେ ଏହି ଉଭୟ ଖେଳାଳି ଗୋଟିଏ ଲେଖାଏଁ ଚୌକା ମାରିଥିଲେ। ଭାରତକୁ ଶେଷ ଓଭରରେ ବିଜୟ ପାଇଁ ୪ ରନ୍‌ ଦରକାର ଥିବା ବେଳେ ଏଥିରେ ଏକ ରନ୍‌ ସଂଗ୍ରହ ହୋଇଥିଲା। ନ୍ୟୁଜିଲାଣ୍ଡ ୩ ଟି-୨୦ ମ୍ୟାଚ ଶୃଙ୍ଖଳାକୁ ମୂଳ ପୋଛ କରିଥିଲା।

ସମ୍ବନ୍ଧିତ ଖବର