ଉଷୁରେ ୪ ପଦକ ପକ୍କା

ଭାରତକୁ ମଙ୍ଗଳବାର ଉଷୁରେ ଚାରିଟି ପଦକ ପକ୍କା ହୋଇଛି। ମହିଳା ୬୦ କେଜି ସାଣ୍ଡାରେ ନାଓରେମ୍‌ ଦେବୀ ୨-୦ରେ ପାକିସ୍ତାନର ମୁବାଶ୍ରାଙ୍କୁ ଓ ପୁରୁଷ ୬୦ କେଜି ସାଣ୍ଡାରେ ସୂର୍ଯ୍ୟ ପ୍ରତାପ ୨-୦ରେ ଫିଲିପାଇନ୍‌ସର ଜିନ୍‌ କ୍ଲାଉଡେ ସାକ୍‌ଲାଗ୍‌ଙ୍କୁ, ୫୬ କେଜି ସାଣ୍ଡାରେ ସନ୍ତୋଷ କୁମାର ୨-୧ରେ ଥାଇଲାଣ୍ଡ୍‌ର ପିଠକ ପାଓକ୍ରାଥୋକଙ୍କୁ ଏବଂ ୬୫ କେଜି ସାଣ୍ଡାରେ ନରେନ୍ଦ୍ର ଗ୍ରେଓ୍ଵାଲ ୨-୦ରେ ଉଜ୍‌ବେକିସ୍ତାନର ଅକ୍‌ମଲ ରାଖିମୋଭ୍‌ଙ୍କୁ ହରାଇ ସେମିଫାଇନାଲ୍‌ ପହଞ୍ଚିବା ସହ ପଦକ ନିଶ୍ଚତ କରିଛନ୍ତି। ଅତିକମ୍‌ରେ ଭାରତ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇବା ଥୟ ହୋଇଯାଇଛି।

ସମ୍ବନ୍ଧିତ ଖବର