ଇରାକ ବିପକ୍ଷରେ ଭାରତର ପ୍ରଥମ ଫୁଟ୍‌ବଲ୍‌ ବିଜୟ

ଅମାନ୍‌: ଇରାକ ଫୁଟ୍‌ବଲ୍‌ ଦଳ ବିପକ୍ଷରେ ଭାରତ ପ୍ରଥମ ବିଜୟ ହାସଲ କରିଛି। ସୋମବାର ଓ୍ଵାଫ୍‌ ୧୬ ବର୍ଷରୁ କମ୍‌ ପ୍ରତିଯୋଗିତାରେ ଭାରତୀୟ ଦଳ ୧-୦ ଗୋଲ୍‌ରେ ଇରାକକୁ ହରାଇଛି। ଯାହା ଯେ କୌଣସି ବୟସ ବର୍ଗରେ ଇରାକ ବିପକ୍ଷରେ ଭାରତର ପ୍ରଥମ ବିଜୟ ହୋଇଛି। ଭାରତ ପକ୍ଷରୁ ବିଜୟ ସୂଚକ ଗୋଲ୍‌ ବୁଏଭେନେସ୍‌ ଇଞ୍ଜୁରି ଟାଇମ୍‌ରେ ଦେଇଥିଲେ। ପୂର୍ବରୁ ଉଭୟ ଦଳ ନେପାରେ ଆୟୋଜିତ ଏଏଫ୍‌ସି ୧୬ ବର୍ଷରୁ କମ୍‌ ଯୋଗ୍ୟତା ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ ଗୋଲ୍‌ଶୂନ୍ୟ ଭାବେ ଅମୀମାଂସିତ ରହିଥିଲ।

ସମ୍ବନ୍ଧିତ ଖବର