ଅକ୍ଲାଣ୍ଡ, ଶୁକ୍ରବାର ଦିନ ହେଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ବୃହତ୍ ବ୍ୟବଧାନରେ ୭ଟି ବଲ୍ ଶେଷ ହେବା ପୂର୍ବରୁ ୧୬୨ ରନ୍ କରି ନିଉଜିଲାଣ୍ଡକୁ ୭ ଉିକେଟରେ ହରାଇଛି। ପ୍ରଥମେ ବ୍ୟାଟିଙ୍ଗ୍ କରିଥିବା ଘରୋଇ ନିଉଜିଲାଣ୍ଡ ଦଳ ୪୯ ରନ୍ ମଧ୍ୟରେ ୩ଟି ଉଇକେଟ ହରାଇ ବିପଦର ସମ୍ମୁଖୀନ ହୋଇ ୨୦ ଓଭରରେ ୮ଉଇକେଟରେ ୧୫୮ ରନ୍ କରିଥିଲା। ଦ୍ୱିତୀୟ ପାଳିରେ ଭାରତର ଓପନର ଭାବରେ ରୋହିତ ଓ ଧାବନ ମୁଳଦୁଆ ଟାଣ କରିଥିଲେ। ଧାବନ ବ୍ୟକ୍ତିଗତ ୩୧ଟି ବଲରେ ୩୦ ରନ୍ କରି ଆଉଟ ହୋଇଯିବା ପରେ ରୋହିତ ଧୂଆଁ ଧାର ବ୍ୟାଟିଙ୍ଗ କରି ୨୯ ବଲରେ ୫୦ ରନ କରି ଭାରତକୁ ହିଜୟପଥର ରାସ୍ତା ଦେଖାଇଥିଲେ।ଧୋନି ଓ ପନ୍ତ୍ ଦଳକୁ ବିଜୟ ଚଖାଇଥିଲେ। ପନ୍ତ୍ ୪୦ ରନ୍ ୨୮ ବଲରେ କରି ବିଜୟ କରାଇଥିଲେ। କୁନାଲ ପାଣ୍ଡ୍ୟା ୪ ଓଭରରେ ୨୮ ରନ୍ ଦେଇ ୩ଟି ଉଇକେଟ ନେଇଥିଲେ। ଭାରତ ପାଇଁ ପ୍ରଥମ ଥର ଲାଗି ନିଉଜିଲାଣ୍ଡ ପିଚ୍ରେ ଭାରତ ବିଜୟରସ୍ୱାଦ ଚାଖିଲା। ଆଗାମୀ ରବିବାର ଦିନ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ନିର୍ଣ୍ଣାୟକ ମ୍ୟାଚ୍ ରୂପେ ଖେଳାଯିବ। ଉଭୟ ଦଳ ଗୋଟିଏ ଲେଖାଁଏ ମ୍ୟାଚ୍ ଜିତି ଥିବାରୁ ଅନ୍ତିମ ମ୍ୟାଚ୍ ସଂଘର୍ଷମୟ ହେବ। ରୋହିତ ଶର୍ମା ଟି-୨୦ ରେ ଅଧିକ ଅର୍ଦ୍ଧଶତକ କରିଥିବା ପ୍ରଥମ ଭାରତୀୟ। ଏହି ଖେଳରେ ୩ଟି ଚୌକା ସହ ୪ଟି ଛକା ମାରିଥିଲେ।ଭୁବନେଶ୍ୱର କୁମାର ୧୫ ରନ୍ ଦେଇ ଗୋଟିଏ ଉଇକେଟ୍ ହାସଲ କରିଥିଲେ। ନିଉଜିଲାଣ୍ଡ ପକ୍ଷରୁ ଗ୍ରାଣ୍ଡ ହୋମେ ସବୁଠୁ୨୮ଟି ବଲ୍ର ୁ୫୦ ରନ୍ କରିଥିଲେ। ଟେଲର୍ ୨୮ ଟି ବଲରୁ ୪୨ ରନ୍ କରିଥିଲେ।
ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ନିଉଜିଲାଣ୍ଡକୁ ୭ଉଇକେଟରେ ହରାଇଲା
/sambad/media/post_attachments/wp-content/uploads/2019/02/rohit-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)