ମୁମ୍ବାଇ : ସୋମବାର ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଭାରତ ଓ ୱେଷ୍ଟ୍ଇଣ୍ଡିଜ୍ ଭିତରେ ଚଳିତ ସିରିଜର ଚତୁର୍ଥ ଏକଦିବସୀୟ ଆରମ୍ଭ ହୋଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଛନ୍ତି। ବ୍ରାବର୍ଣ୍ଣ ଷ୍ଟାଡିୟମର ପିଚ୍ କଠିନ ହୋଇଥିବାରୁ ଏହା ବ୍ୟାଟିଂ ଲାଗି ଅନୁକୂଳ ବୋଲି ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।
ଚତୁର୍ଥ ଦିନିକିଆ ଲାଗି କେଦାର ଯାଦବ ଭାରତୀୟ ଦଳକୁ ଫେରିଛନ୍ତି। ଖଲିଲ୍ ଅହମ୍ମଦଙ୍କୁ ଶେଷ ଦୁଇ ଦିନିକିଆରୁ ବାଦ୍ ଦେଇ ତାଙ୍କ ସ୍ଥାନରେ ବ୍ୟାଟିଂ ଅଲରାଉଣ୍ଡର କେଦାରଙ୍କୁ ନିଆଯାଇଛି। ସେହିପରି ଆଜିର ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କୁ ପଡ଼ିଆକୁ ଓହ୍ଲାଇଛନ୍ତି ଅଧିନାୟକ କୋହଲି।
ପ୍ରଥମ ଦିନିକିଆକୁ ସହଜରେ ଭାରତ ଜିତିଥିଲା ବେଳେ ବିଶାଖାପାଟଣାରେ ଟାଇ ଏବଂ ପୁନେରେ ହାରିଥିଲା। ଆଜିର ମ୍ୟାଚରେ ବିଜୟ ଲାଗି ଭାରତ ବଡ଼ ସ୍କୋର କରିବା ଦରକାର। ଏଥିଲାଗି ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାୱନଙ୍କ ପ୍ରାରମ୍ଭିକ ସଫଳତା ନିହାତି ଜରୁରୀ।
Toss won. We will bat first 💪#INDvWI pic.twitter.com/GQQAxDV5WX
— BCCI (@BCCI) October 29, 2018