ମ୍ୟାଚ ପରେ ବିରାଟ କୋହଲିଙ୍କ କଥା ଶୁଣି ଦୁଃଖୀ ହେଲେ ପ୍ରଶଂସକ, କହିଲେ ବିରାଟ ଏମିତି କୁହ ନାହିଁ

ଗେହାଟୀ: ୱେଷ୍ଟଇଣ୍ଡିଜ୍‌ ଉପରେ ଭାରତର ଆଧିପତ୍ୟ ଅତୁଟ ରହିଛି। ଟେଷ୍ଟ୍‌ ଭଳି ଦିନିକିଆ ଶୃଙ୍ଖଳାର ପ୍ରଥମ ଲଢ଼େଇରେ ବି ୱେଷ୍ଟଇଣ୍ଡିଜ୍‌ ହାରି ଯାଇଛି। ଗତ ରବିବାର ଭାରତ ସୀମିତ ଓଭର ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ୮ ୱିକେଟରେ ଜିତି ନେଇ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଦିନିକିଆ ଶୃଙ୍ଖଳାର ପ୍ରଥମ ଲଢ଼େଇରେ ୱେଷ୍ଟଇଣ୍ଡିଜ୍‌ ଅପେକ୍ଷାକୃତ ଭଲ ବ୍ୟାଟିଂ କଲା। ସିମରନ୍‌ ହେଟମେୟର (୧୦୬)ଙ୍କ ଶତକ ବଳରେ ଭାରତ ସମ୍ମୁଖରେ ୩୨୩ ରନରେ ବିଜୟ ଲକ୍ଷ୍ୟ ଦେଲା।

ଅଧିନାୟକ ବିରାଟ କୋହଲି (୧୪୦ ରନ୍‌, ୧୦୭ ବଲ୍‌, ୨୧ ଚୌକା, ୨ ଛକା) ଓ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା (୧୫୨ ରନ୍‌, ୧୧୭ ବଲ୍‌, ୧୫ ଚୌକା, ୮ ଛକା) ଦ୍ଵିତୀୟ ୱିକେଟ୍‌ରେ ୨୪୬ ରନ୍‌ ଯୋଡ଼ି ଭାରତ ବିଜୟକୁ ସହଜ କରି ଦେଇଥିଲେ। କୋହଲି ତାଙ୍କ ୩୬ତମ ଏବଂ ରୋହିତ୨୦ତମ ଶତକ ପୂରଣ କରିବା ପରେ ଇଣ୍ଡିଜ୍‌ ହାତରୁ ମ୍ୟାଚ୍‌ ଖସି ଯାଇଥିଲା। ବିରାଟ ବଡ଼ ସଟ୍‌ ଖେଳିବା ପ୍ରୟାସରେ ଷ୍ଟମ୍ପିଂ ହୋଇଥିଲେ ହେଲେ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ରୋହିତ ଛକା ମାରି ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଫଳରେ କୋହଲି ପୁଣିଥରେ କ୍ରିକେଟ ପ୍ରେମୀଙ୍କ ମନ ଜିଣିନେଇଛନ୍ତି। ଏହି ଖେଳ ପରେ କୋହଲି ଏମିତି କଥା କହିଥିଲେ ଯାହାକୁ ଶୁଣିବା ପାଇଁ ଖେଳପ୍ରେମୀ ଦୁଃଖୀ ହେବା ସହିତ ଏମିତି କଥା ସେ ତାଙ୍କ ପ୍ରିୟ ଖେଳାଳିଙ୍କ ମୁହଁରୁ ଶୁଣିବାକୁ ଚାହାଁନ୍ତି ନାହିଁ ବୋଲି କହିଥିଲେ।

ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନ୍‌ ସମୟରେ କୋହଲି କହିଥିଲେ, ଏହି ଖେଳର ଆନନ୍ଦ ନେବା ପାଇଁ ମୋ ପାଖରେ କିଛି ଦିନର ହିଁ ସମୟ ରହିଛି। ଦେଶ ପାଇଁ ଖେଳିବା ଗର୍ବ ଓ ସମ୍ମାନର କଥା। ମ୍ୟାନ୍‌ ଅଫ ଦ ମ୍ୟାଚର ଆଓ୍ଵାର୍ଡ ନେବା ସମୟରେ କୋହଲି କହିଥିଲେ, କ୍ରିକେଟରେ ଆପଣ କୌଣସି ଖେଳକୁ ହାଲୁକା ଭାବେ ନେଇ ପାରିବେ ନାହିଁ। ଖେଳା ପ୍ରତି ଆପଣଙ୍କୁ ସଚ୍ଚୋଟ ହେବାକୁ ପଡ଼ିଥାଏ। କୋହଲି ଏବେ ୨୯ବର୍ଷରେ ପ୍ରଦାର୍ପଣ କରିଛି। ତାଙ୍କର ଏଭଳି କଥା ତାଙ୍କ ପ୍ରଶଂସକୁ ଦୁଃଖ ଦେଇଛି।

ସମ୍ବନ୍ଧିତ ଖବର