୧୦୦% ବଢ଼ି ପାରେ ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କ ଦରମା

ନୂଆଦିଲ୍ଲୀ: ଆସନ୍ତା ସେସନ୍‌ ଠାରୁ ଭାରତୀୟ କ୍ରିକେଟ୍‌ ଖେଳାଳିମାନେ ଦୁଇଗୁଣ ଦରମା ପାଇବାର ସମ୍ଭାବନା ଅଛି। ଉଭୟ ଶୀର୍ଷସ୍ତରୀୟ ଖେଳାଳି ଏବଂ ଘରୋଇ ଖେଳାଳିଙ୍କ ପାଇଁ ବର୍ଦ୍ଧିତ ଦରମା ଲାଗୁ ହେବ।

ଆସନ୍ତା ସେସନ୍‌ ଠାରୁ ଦରମା ବୃଦ୍ଧି କରାଇବା ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱରା ନିଯୁକ୍ତ କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରାଟର୍‌ (ସିଓଏ) ଏ ସଂକ୍ରାନ୍ତରେ ଏକ ଫର୍ମ୍ୟୁଲା ଉପରେ କାର୍ଯ୍ୟ କରୁଛି। କ୍ରିକେଟ୍‌ ପାଇଁ ସମ୍ପ୍ରତି ଥିବା ୧୮୦ କୋଟି ଟଙ୍କାର କର୍ପସ୍‌ ଫଣ୍ଡ୍‌ରେ ଆଉ ୨୦୦ କୋଟି ଟଙ୍କା ମିଶାଇବାକୁ ସେମାନେ ଏହି ଫର୍ମ୍ୟୁଲାର ଉପଯୋଗ କରୁଛନ୍ତି।

ବରିଷ୍ଠ ଏବଂ କନିଷ୍ଠ ଖେଳାଳିମାନଙ୍କୁ ଦିଆ ଯିବା ଅନୁପାତ ଉପରେ ‘ସିଓଏ’ କାର୍ଯ୍ୟ ଶେଷ କରିବା ଉପରେ। ସଂଶୋଧନ ସକାଶ ଏହି ଫର୍ମ୍ୟୁଲାକୁ ବିସିସିଆଇର ସାଧାରଣ ପରିଷଦ୍‌ ବୈଠକରେ ଉପସ୍ଥାପନ କରାଯିବ। ଖେଳାଳିମାନଙ୍କର ଦରମା ବୃଦ୍ଧି ପାଇଁ ଭାରତୀୟ କ୍ୟାପ୍‌ଟେନ୍‌ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀ ଦୃଢ଼ ଦାବି କରିଥିଲେ। ବହୁ ଦିନ ତଳୁ ଦରମା ବଢ଼ିବା କଥା ସେମାନେ ଅନୁଭବ କରୁଥିଲେ ବୋଲି କହିଥିଲେ।
ସମ୍ପ୍ରତିକ ବ୍ୟବସ୍ଥା ଅନୁସାରେ ବିସିସିଆଇର ବାର୍ଷିକ ରାଜସ୍ୱର ୨୬%କୁ ତିନି ବାଣ୍ଟ କରାଯାଏ। ସେଥିରୁ ୧୩% ପାଆନ୍ତି ଆନ୍ତର୍ଜାତିକ ଖେଳାଳି, ୧୦. ୬% ପାଆନ୍ତି ଘରୋଇ ଖେଳାଳି ଏବଂ ବାକି ମହିଳା ଏବଂ କନିଷ୍ଠ ଖେଳାଳିମାନଙ୍କୁ ଦିଆଯାଏ। କିନ୍ତୁ, କୋହଲିଙ୍କ ପରି ଶୀର୍ଷସ୍ଥାନୀୟ ଖେଳାଳି ବର୍ଗଙ୍କ ନିମନ୍ତେ ହେଉଥିବା ଆବଣ୍ଟନର ପରିବର୍ତ୍ତନ ହୋଇପାରେ। ୨୦୧୭ରେ ୪୬ଟି ମ୍ୟାଚ୍‌ରୁ କୋହଲି ୫. ୫୧ କୋଟି ଟଙ୍କା ଉପାର୍ଜ୍ଜନ କରିଥିଲେ। ଏବେ ସେ ବିସିସିଆଇରୁ ଦରମା ବାବଦରେ ବର୍ଷକୁ ୧୦ କୋଟି ଉପାର୍ଜ୍ଜନ କରି ପାରନ୍ତି। ଅବଶ୍ୟ କୋହଲି ଆଇପିଏଲ୍‌ ଏବଂ ବ୍ୟକ୍ତିଗତ ସୂତ୍ରରୁ ବହୁ ଅଧିକ ଉପାର୍ଜ୍ଜନ କରି ପାରିବେ।

Image Courtesy of India Today

ବର୍ଷକୁ ୧୨ରୁ ୧୫ ଲକ୍ଷ ଟଙ୍କା ଉପାର୍ଜ୍ଜନ କରୁଥିବା ରଣଜୀ ଟ୍ରଫି କ୍ରିକେଟ୍‌ ଖେଳାଳିମାନେ ନୂଆ ଫର୍ମ୍ୟୁଲା ସଂଶୋଧନ ହେବା ପରେ ୩୦ ଲକ୍ଷ ଟଙ୍କା ପାଇବେ।

ସିଓଏର ନିକଟତମ ସୂତ୍ରରୁ ପ୍ରକାଶ ଯେ ବରିଷ୍ଠ କ୍ରିକେଟ୍‌ ଖେଳାଳିମାନେ ନିଶ୍ଚିତ ରୂପେ ୧୦୦% ବର୍ଦ୍ଧିତ ହାରରେ ଦରମା ପାଇବାକୁ ଯାଉଛନ୍ତି। ଘରୋଇ ଖେଳାଳିମାନେ ମଧ୍ୟ ସମାନ ହାରର ଦରମା ପାଇବେ।

ଘରୋଇ ଖେଳାଳିମାନଙ୍କର ଦରମା ବୃଦ୍ଧି ପ୍ରସଙ୍ଗ ସୋମବାର ଦିନ ପୂର୍ବତନ ଭାରତୀୟ କ୍ରିକେଟ୍‌ ଖେଳାଳି ସୌରଭ ଗାଙ୍ଗୁଲି ‘ବିସିସିଆଇ ଏସ୍‌ଜିଏମ୍‌’ ରେ ଉଠାଇ କହିଥିଲେ କି, ଘରୋଇ କ୍ରିଟେକ୍‌ ଖେଳାଳିଙ୍କ ପାଇଁ ଉତ୍ତମ ବେତନ ବୃଦ୍ଧି ଅପରିହାର୍ଯ୍ୟ।

ସମ୍ବନ୍ଧିତ ଖବର