ଚାଇନିଜ୍‌ ତାଇପେଠାରୁ ହାରିଲା ଭାରତୀୟ ହ୍ୟାଣ୍ଡବଲ୍‌ ଦଳ

ଜାକର୍ତା: ଅଷ୍ଟାଦଶ ଏସୀୟ କ୍ରୀଡ଼ା ଶନିବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହେବ। ଏହା ପୂର୍ବରୁ କିନ୍ତୁ ଫୁଟବଲ୍‌ ଏବଂ ହ୍ୟାଣ୍ଡବଲ୍‌ ଭଳି ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। ଭାରତୀୟ ହ୍ୟାଣ୍ଡବଲ୍‌ ଦଳ ଦୁର୍ଭାଗ୍ୟଜନକ ଭାବେ ତା’ ପ୍ରଥମ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେଠାରୁ ୨୮-୩୮ରେ ହାରି ଯାଇଛି। ୧୩ ଦଳୀୟ ପ୍ରତିଯୋଗିତାରେ ଇରାକ ଓ ଚାଇନିଜ୍‌ ତାଇପେ ସହ ଭାରତ ଗ୍ରୁପ୍‌ ଡି’ରେ ସ୍ଥାନ ପାଇଛି। ଏହି ଖେଳର ମହିଳା ବର୍ଗରେ ୧୦ ଦଳ ଭାଗ ନେଉଛନ୍ତି। ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆ, କାଜାଖସ୍ତାନ, ଚୀନ ଓ ଉତ୍ତରକୋରିଆ ସହ ଗ୍ରୁପ୍‌ ‘ଏ’ରେ ଅଛି।

ସମ୍ବନ୍ଧିତ ଖବର